ଶ୍ରୀ ଗଣେଶ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ ଅଧିକାର ଦିଵସ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଧନୁପାଳି ସ୍ଥିତ ଶ୍ରୀ ଗଣେଶ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆନ୍ତର୍ଜାତିୟ ଶିଶୁ ଅଧିକାର ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଶିଶୁ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରିବା ସହିତ ଛାତ୍ର ଛାତ୍ରୀ କୁସଂସ୍କାର ଠୁ ଦୂରରେ ରହି ବାହ୍ୟ ନକାରାତ୍ମକ ପରିବେଶରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ। ସମାଜସେବୀ ଜ୍ୟୋତି ଶତପଥି ବାଲ୍ଯ ବିବାହ ମୁକ୍ତ କିପରି କରାଯାଇ ପାରିବ ତା ଉପରେ ଆଲୋଚନା କରିଥିଲେ। ସ୍କୁଲର ବରିଷ୍ଠ ଶିକ୍ଷକ ସୁରେଶ ଗୌନ୍ତିଆ, ଶିକ୍ଷୟିତ୍ରୀ ମୀନା ରାଣୀ ମଲ୍ଲିକ ଓ ଆଦର୍ଶ ଅନୁଷ୍ଠାନର ଚନ୍ଦ୍ରିକା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ, ଶିଶୁ କଲ୍ଯାଣ ସମିତି ତଥା ଗଣେଶ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉପରୋକ୍ତ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.