ପଞ୍ଚମ ଜିଲ୍ଲା ସମନ୍ୱୟ ଓ ମନିଟରିଂ କମିଟି ‘ଦିଶା’ର ବୈଠକ ଅନୁଷ୍ଠିତ

ଗ୍ରାମୀଣ ବିକାଶ ପାଇଁ ଅନୁଦାନ ସଫଳ ବିନିଯୋଗ ସମ୍ପର୍କରେ ହେଲା ଆଲୋଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପଞ୍ଚମ ଜିଲ୍ଲା ସମନ୍ୱୟ ଓ ମନିଟରିଂ କମିଟି (ଦିଶା)ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବାଲେଶ୍ଵର ସାଂସଦ ତଥା ଜିଲ୍ଲା ସମନ୍ୱୟ ଓ ମନିଟରିଂ କମିଟି ଅଧ୍ୟକ୍ଷ (ଦିଶା) ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ଭଦ୍ରକ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା, ବାଲେଶ୍ଵର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ସୋର ବିଧାୟକଙ୍କ ପ୍ରତିନିଧି, ଭୋଗରାଇ ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ଉପସ୍ଥିତ ରହି ବିଭିନ୍ନ ବିଭାଗୀୟ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାର ଗ୍ରାମୀଣ ବିକାଶ ପାଇଁ ଆସୁଥିବା ଅନୁଦାନର ଉଚିତ ବିନିଯୋଗ ଏବଂ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

ବୈଠକ ପ୍ରାରମ୍ଭରେ ଶ୍ରୀ ନାୟକ ପୂର୍ବ ‘ଦିଶା’ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟ ରିପୋର୍ଟ ପାଠ କରିଥିଲେ। ଏହା ପରେ ‘ଦିଶା’ କମିଟିର ଅଧ୍ୟକ୍ଷ ଶ୍ରୀ ଷଡ଼ଙ୍ଗୀ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିବା ସହିତ ଉପସ୍ଥିତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଙ୍କୁ ଏହି ସମ୍ପର୍କରେ ପଚାରି ବୁଝିଥିଲେ। ସଭା କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗର ଅଧିକାରୀମାନେ ଗୃହକୁ ସବିଶେଷ ତଥ୍ୟ ପ୍ରଦାନ କରିବା ସହିତ ଉପସ୍ଥିତ ସଦସ୍ୟ/ସଦସ୍ୟାମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna

ସର୍ବପ୍ରଥମେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାର ଚାଷୀମାନଙ୍କୁ ପ୍ରଦାନ କରାଯାଉଥିବା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିଷୟରେ ତଥ୍ୟ ପ୍ରଦାନ କରିବା ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଉଥିବା ମୃତ୍ତିକା ସର୍ବେକ୍ଷଣ ଓ ମୃତ୍ତିକା ନମୁନା ସଂଗ୍ରହର ବିଶ୍ଳେଷଣ ରିପୋର୍ଟ ପ୍ରଦାନ କରିଥିଲେ। ସେହି ଭଳି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଜିଲ୍ଲାର ଯେଉଁ ସବୁ ରାସ୍ତା ପ୍ରକଳ୍ପ କାମ ସରିଛି ତାହା ଉପରେ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ଯେଉଁ ସବୁ ରାସ୍ତା ନିର୍ମାଣ କାମ ଚାଲିଛି ତାହା ନିର୍ଧାରିତ ସମୟରେ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ‘ଜଳ ଜୀବନ ମିଶନ’ ଜିଲ୍ଲାର ୧୨ ଗୋଟି ବ୍ଲକ ଅଧୀନ ୨୬୬୩ଟି ଗ୍ରାମରେ ସଠିକ୍ ଭାବରେ କାର୍ଯ୍ୟକାରୀ ହେଉଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ। ଜିଲ୍ଲାରେ ଖୁବ ଶୀଘ୍ର ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଡାକ୍ତର ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସୂଚନା ଦେଇଥିଲେ।

Udyog Nursery
Udyogi Nursery

ସେହି ଭଳି ଜାତୀୟ ରାଜପଥ ପ୍ରାଧିକରଣ ଅନ୍ତର୍ଗତ ଜାତୀୟ ରାଜପଥ ନିର୍ମାଣର ଅଗ୍ରଗତି ଓ ରକ୍ଷଣାବେକ୍ଷଣ, ଶିକ୍ଷା ବିଭାଗ ଅନ୍ତର୍ଗତ ପିଏମ ଶ୍ରୀ ଯୋଜନା, ଚାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପୋଷାକ ବଣ୍ଟନ, ଓଏଭି ସ୍କୁଲଗୁଡିକର କାର୍ଯ୍ୟକାରିତା, ପ୍ରାଣୀଚିକିତ୍ସା ବିଭାଗ ଅନ୍ତର୍ଗତ ଦେଶବ୍ୟାପୀ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା ବିଭାଗ ଅନ୍ତର୍ଗତ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ସମାଜ ମଙ୍ଗଳ ବିଭାଗ ଅନ୍ତର୍ଗତ ପିଏମ ପୋଷଣ ଯୋଜନା, ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଇତ୍ୟାଦି ସମ୍ପର୍କରେ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ନିର୍ଧାରିତ ଲକ୍ଷ୳ ପୁରଣ ଉପରେ ମଞ୍ଚାସୀନ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟର ବ୍ୟବହାରିକ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଧ୍ୟକ୍ଷ ଶ୍ରୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବିଭିନ୍ନ ଜନପ୍ରତିନିଧିଗଣ ଯୋଗ ଦେଇ ବିଭିନ୍ନ ବିଭାଗୀୟ କାର୍ଯ୍ୟ ଉପରେ ସେମାନଙ୍କ ଅଞ୍ଚଳର ଦାବୀ, ସମସ୍ୟା ଓ ସମାଧାନ ଉପରେ ମତ ବିନିମୟ କରି କର୍ତ୍ତୃପକ୍ଷଙ୍କ ଠାରୁ ପ୍ରତିଶୃତି ହାସଲ କରିଥିଲେ। ସଭାରେ ପଚରା ଯାଇଥିବା ସମସ୍ତ ଦ୍ଵନ୍ଦ୍ଵକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବିକାଶ ପ୍ରତିଶ୍ରୁତି ଦେଇ ଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ସମସ୍ୟା ଗୁଡ଼ିକ ପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଭା ଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଦ୍ୟୁତଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.