ସାହିତ୍ୟ ପତ୍ରିକା ‘ଝର୍କା’ ଦିଗ୍ଗଜ ସାହିତ୍ୟିକଙ୍କୁ କରିବ ସମ୍ମାନିତ : ଝର୍କା ସମ୍ମାନ ୨୦୨୫ ପାଇଁ ଆରମ୍ଭ ହେଲା ମନୋନୟନ ପ୍ରକ୍ରିୟା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସୃଜନଶୀଳ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ଝର୍କା’ ଇତିମଧ୍ୟରେ ୩୫ ବର୍ଷ ଅତିକ୍ରମ କରି ୩୬ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ପ୍ରଥମ ଥର ପାଇଁ ‘ଝର୍କା ସମ୍ମାନ’ ଦିଆଯିବାକୁ ପ୍ରକାଶନ ସଂସ୍ଥା ପକ୍ଷରୁ ସ୍ଥିର କରାଯାଇଛି। ଏହା ଆଗାମୀ ବର୍ଷ ଠାରୁ ପ୍ରତି ବର୍ଷ ଦେବା ପାଇଁ ନିଷ୍ପତ୍ତି ହୋଇଛି।

Omkar Vasthu
Omkar Vasthu

ଏହି ସାରସ୍ବତ ପୁରସ୍କାର ସେହି ଭଳି ଜଣେ ଦିଗ୍‌ଗଜ ସାହିତ୍ୟିକଙ୍କୁ ପ୍ରଦାନ କରାଯିବ ଯିଏ ଓଡ଼ିଆ ସାହିତ୍ୟକୁ ବହୁ ଭାବରେ ରୁଦ୍ଧିମନ୍ତ କରିଥିବେ, ମାତ୍ର ତଥାକଥିତ ଲବିରୁ ଦୂରେଇ ରହି ବିଶେଷ କୌଣସି ବଡ଼ ପୁରସ୍କାର ପାଇ ନ ଥିବେ। ହୁଏତ ତାଙ୍କୁ ଏ ସମାଜ ଅଲକ୍ଷ୍ୟରେ ଅବହେଳିତ କରି ଦେଇଥିବ। ତେବେ ସେହିଭଳି ବ୍ୟକ୍ତିଙ୍କ ନାମ ରାଜ୍ୟର ଯେକୌଣସି ନାଗରିକ କିମ୍ବା ବିଶ୍ଵର ଯେ କେହି ଓଡ଼ିଆ ସୁପାରିଶ୍ କରିପାରିବେ। ଏଥିପାଇଁ ସେମାନେ ଉକ୍ତ ଲେଖକଙ୍କ କୃତି ଓ କୀର୍ତି ସମ୍ପର୍କରେ ଉଲ୍ଲେଖ କରି ଆମକୁ ଲେଖି ‘ଝର୍କା ସମ୍ମାନ– ୨୦୨୫’ ପାଇଁ ମନୋନୟନ ଦାଖଲ କରିପାରିବେ।

Pearl dental clinic
Near Ashish Medical Store, Bhawanipatna

ମତଦାତାମାନେ ସେମାନଙ୍କର ନାମାଙ୍କନର ସୁପାରିଶ୍ ଡିସେମ୍ବର ୧୫ ତାରିଖ ମଧ୍ୟରେ ଶ୍ରୀ ସମରେନ୍ଦ୍ରନାଥ ମହାପାତ୍ର, ସଂପାଦକ, ‘ଝର୍କା’, ଶ୍ରଦ୍ଧା ପବ୍ଲିକେଶନ୍, ସହଦେବଖୁଣ୍ଟା, ବାଲେଶ୍ଵର କିମ୍ବା ଏଫ୍-୩୧, ସେକ୍ଟର-୬, ସିଡିଏ, କଟକ ଠିକଣାରେ ପଠାଇବାକୁ ‘ଝର୍କା’ର ସଂପାଦକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଏହା ବ୍ୟତିତ ମୋବାଇଲ୍ ନଂ. ୭୦୦୮୩୩୦୭୪୫କୁ ହ୍ବାଟସଆପ୍ ଓ ଶ୍ରଦ୍ଧାପବ୍ଲିକେଶନ@ଜିମେଲ୍ ଡଟ୍ କମ୍‌କୁ ମେଲ୍ ମଧ୍ଯ କରିପାରିବେ ବୋଲି ମଧ୍ଯ ସେ ଜଣାଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.