ଡେଙ୍ଗୁ ନିରାକରଣ ମାସ ଉପଳକ୍ଷ୍ୟେ ଜିଲ୍ଲାସ୍ତରୀୟ ସଚେତନତା ସଭା

ସଚେତନତା ଅଭିଯାନକୁ ବ୍ୟାପକ କରିବାକୁ ଗୁରୁତ୍ୱ

ସୋନପୁର,୨୦/୭ : ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡେଙ୍ଗୁ ନିରାକରଣ ମାସ ଉପଲକ୍ଷ୍ୟେ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧ୍ୟକ୍ଷ୍ୟତା କରି ଜିଲ୍ଲାପାଳ ମୋନିଷା ବେନର୍ଜୀ ଜିଲ୍ଲାରେ ଡେଙ୍ଗୁ ମୃତ୍ୟୁ ନହୋଇଥିବା ଖୁସିର ବିଷୟ କିନ୍ତୁ କୌଣସି ବି ସମୟରେ ସ୍ଥିତି ଓଲଟି ଯାଇପାରେ ତେଣୁ ସଜାଗ ରହିବା ଜରୁରୀ ବୋଲି ଉଲ୍ଲେଖ କରିଥିଲେ । ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ତାଙ୍କ ସକ୍ରିୟ ଯୋଗଦାନ ପାଇଁ ପ୍ରଶଂସା କରିବା ସହ ନିଜ ବିଭାଗର ସହକର୍ମୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଭିନ୍ନ ସ୍ତରରେ ଆଶା, ଅଙ୍ଗନବାଡି କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଦଳ ତିଆରି କରିବା ସହ ନୋଡାଲ ଅଫିସର ଚୟନ ପୂର୍ବକ ଡେଙ୍ଗୁ ମଶା ର ଉତ୍ପତ୍ତିସ୍ଥଳକୁ ବନ୍ଦ କରିବାକୁ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁ ସ୍ୱାଗତ ସମ୍ଭାଷଣ ଦେବା ସହ ସପ୍ତାହକୁ ଅନ୍ତତଃ ଗୋଟିଏ ଦିନକୁ ଶୁଷ୍କ ଦିବସ ରୂପେ ପାଳନ କଲେ ଆମେ ଡେଙ୍ଗୁ ଏବଂ ମ୍ୟାଲେରିଆ ପରି ରୋଗକୁ ନିୟନ୍ତ୍ରଣ କରିପାରିବା ବୋଲି ଉଲ୍ଲେଖ କରିଥିଲେ । ଏଫ୍ଏଲ୍ଏ ଅଜୟ ଜେନା ଡେଙ୍ଗୁ ରୋଗରେ ସୋନପୁର ଜିଲ୍ଲାର ସ୍ଥିତି ବିଷୟରେ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଭେଷଜ ବିଶେଷଜ୍ଞ ଡାକ୍ତର ଜିତାରାମ ବିଦ୍ ଡେଙ୍ଗୁରୋଗର ଲକ୍ଷଣ ଏବଂ ନିରାକରଣ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଏଡିପିଏଚଓ ଭିବିଡି ଡାକ୍ତର ନବ କିଶୋର ବେହେରା ଡେଙ୍ଗୁରୋଗ ନିରାକରଣ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ । ଏଡିପିଏଚଓ ପରିବାର କଲ୍ୟାଣ ଡେଙ୍ଗୁରୋଗକୁ ଦୂର କରିବାକୁ ସମସ୍ତଙ୍କ ସହଭାଗିତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଭିନ୍ନ ସ୍ତରରେ ଏହି ଅଭିଯାନକୁ ବ୍ୟାପକ କରିବା ସହ ବର୍ଷା ଋତୁ ପୂର୍ବରୁ ଯେମିତି ମଶା ବଂଶ ବୃଦ୍ଧି କରିବାକୁ ସୁଯୋଗ ନ ପାଇବେ ସେଥିପ୍ରତି ବିଶଷ ଧ୍ୟାନ ଦେବାକୁ ସଭାରେ ନଷ୍ପତ୍ତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅସ୍ଥେରିଆ କେରକେଟା, ଜିଲ୍ଲା ମଙ୍ଗଳ ଅଧିକାରୀ ପଲକ ରବୀନ୍ଦ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପୁଷ୍ପା ମିଞ୍ଜ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହରିଚରଣ ମିଶ୍ର, ସମସ୍ତ ବ୍ଲକର ସ୍ୱାସ୍ଥ୍ୟ ଅଧିକାରୀ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ, ମ୍ୟାନେଜରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡିପିଏମ ଏନଏଚଏମ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.