ଗଜାନନ କ୍ରିକେଟ୍ କପ ଟୁର୍ଣ୍ଣାମେଣ୍ଟ: ଟୁର୍ଚି ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ଦ୍ୱାରା ପ୍ରଥମ ଗଜାନନ କ୍ରିକେଟ କପ୍ ୨୦୨୪ ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତା ଗତ ତା ୦୮/୧୨/୨୦୨୪ ରିଖ ଦିନ ୧୬ ଗୋଟି ଦଳକୁ ନେଇ ଆରମ୍ଭ ହୋଇଥିଲା। ପ୍ରଥମ ଦିନ ରେଗଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦିପ୍ତିରାଣୀ ସାହୁ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ। ଦୀର୍ଘ ଛଅ ଦିନ ଧରି ମ୍ୟାଚ୍ ଚାଲିଥିଲା। ଆଜି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ୧୪ ଟି ଦଳକୁ ମାତ୍ ଦେଇ ଧୁମାଭଟା ଓ ଟୁର୍ଚି ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏକ ଚିତାକର୍ଷକ ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡ଼ା ଲଢେଇ ହୋଇ ୨୯ ରନ ରେ ବିଜୟ ହାସଲ କରି ଟୁର୍ଚି ଏକାଦଶ ଚାମ୍ପିଅନ ହୋଇଥିଲା। ଉକ୍ତ ଫାଇନାଲ ମ୍ୟାଚର ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ମୁଇ କଲାହାଣ୍ଡିଆ ଫର କଳାହାଣ୍ଡିର ସଙ୍ଗଠକ ଲକ୍ଷ୍ମୀ ନାରାୟଣ ପଣ୍ଡା ଯୋଗଦାନ କରି ଥିବାବେଳେ, ସମ୍ମାନିତ ଅତିଥି ଭାବରେ ରେଗଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପ୍ତିରାଣୀ ସାହୁ, ୱାର୍ଡ ସଭ୍ୟ ଉସ୍ତ ସାହୁ, ଖୁସିରାମ ସାହୁ, ଜଗତରାମ ସାହୁ, ରୂପଚନ୍ଦ୍ର ସାହୁ, ଠାକୁର ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଚାମ୍ପିଅନ ଟୁର୍ଚି ଓ ଉପ ବିଜେତା ଧୁମାଭଟା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଗଜାନନ କ୍ଲବ ର ସମ୍ପାଦକ ଅଶୋକ ସାହୁ, ବରିଷ୍ଠ ସଦସ୍ୟ ଧନସାଗର ସାହୁ, ସିମାଞ୍ଚଳ ସାହୁ, ଜଳନ୍ଧର ସାହୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.