ଲଡୁଗାଁ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡ଼ୁଗାଁ ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ଶନିବାର ପ୍ରସ୍ତୁତି ବୈଠକ ସ୍ଥାନୀୟ ଶୀତଳା ମାତା ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। କମିଟିର ଉପସଭାପତି ମୋହନ ଚରଣ ଦାସଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୂଜାକୁ ଆକର୍ଷଣୀୟ ଓ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବା ନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ବୈଠକରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କମିଟିର ଉପ ସଭାପତି ପ୍ରହଲ୍ଲାଦ ଠାକୁର, ସମ୍ପାଦକ କହ୍ନେଇ ଚରଣ ଦାସ, କୋଷାଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ, ପବନ ଅଗ୍ରୱାଲ, ପଙ୍କଜମୁଖ ଚୌଧୁରୀ, ରବୀନ୍ଦ୍ର ନାରାୟଣ ଦାସ, ଶ୍ରୀମନ୍ତ ପାଢ଼ୀ, ସାଂସ୍କୃତିକ ସମ୍ପାଦକ ଜିତେନ୍ଦ୍ରନାଥ ମାଝୀ, ଗୌନ୍ତିଆ ମଦନ ସିଂ ମାଝୀ, ଗୁଣନିଧି ବାଗ, ଗରୁଡ଼ ବାଗ, ପୂଜାକର୍ତ୍ତା ରାଜେଶ କୁମାର ଅଗ୍ରୱାଲ, ମୁଖ୍ୟ ପୂଜକ ଗୋପାଳ ଜୀ ଠାକୁର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.