ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ଯାଦବ ନେତା ତଥା ରେଖପୁର ଗୌନ୍ତିଆ ଟଙ୍କଧର ଭୋଇଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗୀରେ ପିଡିତ ଥିଲେ। ଶନିବାର ରାତି ୯ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ରେଖପୁରର ଗୌନ୍ତିଆ ଭାବେ ସୁପରିଚିତ ସ୍ବର୍ଗତ ଭୋଇ ଦୀର୍ଘ ୪୩ ବର୍ଷଧରି ନର୍ଲା ବ୍ଲକ ଯାଦବ ସମିତିର ସଭାପତି ଭାବେ କାର୍ଯ୍ୟ କରିଥିଲେ। କଳା ସଂସ୍କୃତିର ପୃଷ୍ଠପୋଷକ ଭାବେ ତାଙ୍କର ଯଥେଷ୍ଟ ସୁନାମ ଥିଲା। ରେଖପୁର ରାଧାକୃଷ୍ଣ ମନ୍ଦିର ନିର୍ମାଣରେ ମଧ୍ୟ ତାଙ୍କର ଅତୁଳନୀୟ ଯୋଗଦାନ ରହିଥିଲା। ରେଖପୁର ଗୌନ୍ତିଆଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।





