‘ସକାଳ’ର ଚତୁର୍ଥ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବାଲେଶ୍ୱରରେ ହେଲା ଗଣଦୌଡ଼

‘ସୁସ୍ଥ ସମାଜ ଗଠନ ଦିଗରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ଭୂମିକା ଗୁରୁତ୍ୱପୂର୍ଣ୍ଣ’, କହିଲେ ଅତିଥି

ମିନି ମାରାଥନରେ ପୂଜା ପ୍ରଥମ, କାଜଲ ଦ୍ୱିତୀୟ ଓ ଲକ୍ଷ୍ମୀପ୍ରିୟା ତୃତୀୟ ହେଲେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସୁସ୍ଥ ସମାଜ ଗଠନ କରିବା ପାଇଁ ଦୈନିକ ସମ୍ବାଦପତ୍ର ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି। ଦୌଡ଼ ମାଧ୍ୟମରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଠିକ ରହିବା ସହ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ବାର୍ତ୍ତା ଦେଇ ଆସୁଛନ୍ତି। ସମସ୍ତେ ସ୍ୱାସ୍ଥ୍ୟବାନ ହୋଇ ନିରୋଗ ରହିବା ସହ ସମାଜ ଓ ବାଲେଶ୍ୱର ଜିଲ୍ଲାର ଉନ୍ନତି ହୋଇପରିବ ବୋଲି ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ନିକଟରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଗଣଦୌଡ଼ର ଉଦଘାଟକ ଭାବେ ପୂର୍ବାଞ୍ଚଳ ଡି.ଆଇ.ଜି. ଡକ୍ଟର ସତ୍ୟଜିତ ନାୟକ ଯୋଗ ଦେଇ କହିଛନ୍ତି। ମୁଖ୍ୟ ଅତିଥି ଭାବେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଯୋଗ ଦେଇ ବାଲେଶ୍ୱର ସଂସ୍କରଣ ପକ୍ଷରୁ ଆୟୋଜିତ ମିନି ମାରାଥନର ଏକ ସୁସ୍ଥ ସମାଜ ଗଠନ ଦିଗରେ ସୁଦୂର ପ୍ରସାରୀ ବାର୍ତ୍ତା ଦେଉଛି ବୋଲି କହିଥିଲେ। ବିଶେଷ କରି ‘ସକାଳ’ ଓ ‘ନନ୍ଦିଘୋଷ’ ଗଣମାଧ୍ୟମ ସଂସ୍ଥା ଖୁବ ଅଳ୍ପ ଦିନରେ ଲୋକମାନଙ୍କର ଆଦୃତ ହୋଇଛି। ସେମାନେ ଲୋକମାନଙ୍କ ସ୍ୱର ପାଲଟିଛନ୍ତି। ସରକାର ଓ ଲୋକମାନଙ୍କର ମଧ୍ୟରେ ସେମାନେ ସେତୁବନ୍ଧ ସାଜିଥିବା ବେଳେ ଲୋକମାନଙ୍କର ସ୍ୱରକୁ ଉତ୍ତୋଳନ କରୁଛନ୍ତି। ଯେଉଁ ଗଣମାଧ୍ୟମ ପଛଧାଡିରେ ରହୁଥିବା ଲୋକଙ୍କର ସ୍ୱର ହୋଇଥାଏ, ତାହା ଜନାଦୃତ ହୋଇଥାଏ। ସ୍ୱାସ୍ଥ୍ୟ ଏବେ ବିପଦରେ ରହିଛି। କେବଳ ଓଡ଼ିଶାରେ ନୁହେଁ ବରଂ ସାରା ଭାରତ ବର୍ଷରେ ତାହା ଦେଖାଦେଇଛି। ବିଶେଷ କରି ମେଦ ବହୁଳ ରୋଗ ଏବେ ଲୋକମାନଙ୍କୁ ଗ୍ରାସ କରିଛି। ଏଣୁ ବ୍ୟାୟାମ ଓ ଯୋଗ ହେଉଛି ଏହାର ପ୍ରକୃତ ଔଷଧ ବୋଲି ସେ ନିଜ ଭାଷଣରେ କହିଥିଲେ।

Omkar Vasthu
Omkar Vasthu

ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଐଶର୍ଯ୍ୟା ସମାନ୍ତ, ପୂର୍ବତନ ସଦର ବିଧାୟକ ସ୍ୱରୂପ କୁମାର ଦାସ ପ୍ରମୁଖ ଯୋଗଦେଇ କହିଥିଲେ ଯେ, ‘ସକାଳ’ ପକ୍ଷରୁ ଯେଉଁ ମିନି ମାରାଥନ ଆୟୋଜନ କରାଯାଇଛି ତାହା ବାଲେଶ୍ୱର ଜିଲ୍ଲା ପାଇଁ ବହୁତ ଭଲ ପଦକ୍ଷେପ। ଏହି ଗହଳି ମଧ୍ୟରେ ଗୋଟିଏ ଭଲ ଜିନିଷ ଦେଖିବାକୁ ମିଳିଲା ଯେ ବହୁ ବୟୋଜ୍ୟେଷ୍ଠ ଲୋକ ଏହି ଗଣଦୌଡ଼ରେ ସାମିଲ ହୋଇଛନ୍ତି। ଏହାଛଡା ନିରପେକ୍ଷ ସମ୍ବାଦ ପରିବେଷଣ ସହ ଲୋକମାନଙ୍କ ପାଖରେ ‘ସକାଳ’ ଆଦୃତ ହୋଇଛି। ଆଜିର ଯୁବପିଢ଼ି ମୋବାଇଲ ମଧ୍ୟରେ ଲାଗି ରହୁଥିବା ବେଳେ ସେଥିରୁ ବାହରି ସୁସ୍ଥ ରହିବା ପାଇଁ ଏହି ମାରାଥନ ଏକ ସୁନ୍ଦର ପ୍ରୟାସ ସହ ସୁସ୍ଥ ଓଡ଼ିଶା ଗଠନ ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

‘ସକାଳ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଅସୀମ ମହାପାତ୍ରଙ୍କ ପୌରୋହିତ୍ୟରେ ଏହି ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। ଏକ ନିରପେକ୍ଷ ଗଣମାଧ୍ୟମ ଭାବେ ‘ସକାଳ’ ଦାୟିତ୍ୱ ବହନ କରୁଥିବା ବେଳେ ସାମାଜିକ ଦାୟିତ୍ୱବୋଧକୁ ନିର୍ବାହ ପୂର୍ବକ ମିନି ମାରାଥନ ଭଳି କାର୍ଯ୍ୟକ୍ରମକୁ ହାତକୁ ନେଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଟି ଡିଏସପି ଶୁଭ୍ରାଂଶୁ ଶେଖର ନାୟକ, ସହଦେବଖୁଂଟା ଥାନା ଅଧିକାରୀ ଜୟନ୍ତ ବେହେରା, କାଉନସିଲର କାର୍ତ୍ତିକଚନ୍ଦ୍ର ସାହୁ, ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର, ସମାଜସେବୀ ସାଇରୁଲ ହକ, ଯୁବନେତା ସିମନ ଦାସ ମହାପାତ୍ର, ଧୀରେନ ନାୟକ, ବିଭୁଦତ୍ତ ପରିଡା, ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ଉଦୟରଞ୍ଜନ ଦାସ, ମନୋଜ କୁମାର ଦାସ, ବ୍ରହ୍ମନାଥ ରଥ, ପ୍ରଜ୍ଞା ପାରମିତା ବିଶ୍ୱାଳ, ପ୍ରତିମା ପଣ୍ଡା, ଜ୍ୟୋର୍ତିମୟୀ ଶତପଥି, ଗୌରାଙ୍ଗ ପାଣିଗ୍ରାହୀ, ସୁଧାକର ସେଠୀ, କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର, ଗୌତମ ସେଠୀ, ପ୍ରବାଳ ସିହ୍ନା, ସ୍ୱସ୍ତିକ ଦେ, ତାପସ ସାହୁ, ବିଶ୍ୱଜିତ ବେହେରା, ଅଞ୍ଜନ ଦାସ, ସର୍ବେଶ୍ୱର ଜେନା, ଗଣେଶ ଜେନା, ସୁଶାନ୍ତ ପରିଡା, ରାଜୀବ ଲୋଚନ ଦାସ, ମୁକ୍ତିକାନ୍ତ ବାରିକ, ଗୋପିକୃଷ୍ଣ ମହାନ୍ତି, ସୁଦୀପ୍ତ ଦାସ, ସତ୍ୟେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଗଣଦୌଡ଼ରେ ବୟସ୍କଙ୍କ ଠାରୁ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ। ଉପସ୍ଥାପକ ଅମୀୟ କୁମାର ଦାସ ମଂଚ ପରିଚାଳନା କରିଥିବା ବେଳେ ବିଜ୍ଞାପନ ବିଭାଗର ଧୃତିସୁନ୍ଦର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ‘ନନ୍ଦିଘୋଷ ଟିଭି’ର ବ୍ୟୁରୋ ମୁଖ୍ୟ ରାଜକିଶୋର ବେହେରା, ସହର ପ୍ରତିନିଧି କଳିଙ୍ଗ କୁମାର ସାହୁ, ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି, ମୃତ୍ୟୁଞ୍ଜୟ ପଟ୍ଟନାୟକ, ବାରିପଦା ସହର ପ୍ରତିନିଧି ବିଶ୍ୱଜିତ ଭୂୟାଁ, ପ୍ରସାରଣ ବିଭାଗର ରବି ଚନ୍ଦ୍ର ବେହେରା, ଉତ୍ତର ବାଲେଶ୍ୱର ପ୍ରତିନିଧି ବିଶ୍ୱମ୍ବର ଦାସ, ଦକ୍ଷିଣ ବାଲେଶ୍ୱର ପ୍ରତିନିଧି ଅଶୋକ କୁମାର ପ୍ରଧାନ, ଉମାକାନ୍ତ ମାଝୀ, ନନ୍ଦିଘୋଷ ଟିଭିର ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଭବାନୀଶଙ୍କର ବେହେରା, ରମେଶ ଚନ୍ଦ୍ର ଦାସ, ଜଗନ୍ନାଥ ପାତ୍ର, ଜୟଶ୍ରୀ ବେହେରା, ଚୈତନ୍ୟ ସାହୁ, ରୁଚିକ ରଞ୍ଜନ ମହାପାତ୍ର, ଲୋକନାଥ ପରିଡା, ଦିଲ୍ଲୀପ ଦାସ, ବସନ୍ତ ଦାସ, ବନମାଳୀ ବେହେରା, ରାଜୀବ ମାଝୀ, କପିଳ ସାମଲ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଜିଲ୍ଲା କ୍ରୀଡା ସଂଘର ଯୁଗ୍ମ ସମ୍ପାଦକ କାର୍ତ୍ତିକଚନ୍ଦ୍ର ନାୟକ, ବୀରେନ୍ଦ୍ର କୁମାର ସ୍ୱାଇଁ, ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଚିତ୍ତରଞ୍ଜନ ପାଶା, କ୍ରୀଡା ସଂଘର ସଭ୍ୟ ସଞ୍ଜୟ କୁମାର ଗିରି ପ୍ରମୁଖ ଗଣଦୌଡ଼ର ପଞ୍ଜିକରଣ କରିବା ସହ ବିଜୟୀ ପ୍ରତିଯୋଗୀଙ୍କୁ ଚିହ୍ନଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ପୁଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଆମ୍ବୁଲାନସ ଏବଂ ଡାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।

‘ସକାଳ’ର ଚତୁର୍ଥ ସ୍ୱନକ୍ଷତ୍ର ଦିବସ ଅବସରରେ ଗାନ୍ଧିସ୍ମୃତି ଭବନ ସମ୍ମୁଖରୁ ସକାଳ ୭ଟାରେ ଗଣଦୌଡ଼ ଆରମ୍ଭ ହୋଇଥିଲା। ଏଥିରେ ପୂର୍ବାଚଂଳ ଡିଆଇଜି ଡ. ନାୟକଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେଇ ଫ୍ଲାଗ୍ ଅଫ୍ କରିଥିଲେ। ଗାନ୍ଧିସ୍ମୃତି ଭବନ ସମ୍ମୁଖରୁ ଏହି ଦୌଡ଼ ଆରମ୍ଭ ହୋଇ ଷ୍ଟେସନ ଛକ, ଶୋଭାରାମପୁର ଛକ ହୋଇ ଫକୀରମୋହନ ଗୋଲେଇ ଦେଇ ପୁଣି ଗାନ୍ଧିସ୍ମୃତି ଭବନ ପରିସରରେ ପହଁଚିଥିଲା। ଏହି ପ୍ରତିଯୋଗିତାରେ ପୂଜା ସୋରେନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କାଜଲ ସିଂ ଦ୍ୱିତୀୟ ଏବଂ ଲକ୍ଷ୍ମୀପ୍ରିୟା ମୁର୍ମୁ ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.