ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା /ସଇଁତଲା/ ବଲାଙ୍ଗୀର (ରମାକାନ୍ତ ରାଜପଲିଆ): ନିଖିଳ ଉତ୍କଳ ମଧୁବୈଶ୍ୟ (ଗୁଡ଼ିଆ) ସମାଜ, ବଲାଙ୍ଗୀର ଆନୁକୂଲ୍ୟରେ ପାଲେସ ଲାଇନ ଶାନ୍ତି ମାର୍ଗ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମହିଳାଙ୍କ କଳସ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମାଜର ଶତାଧିକ ମହିଳା ଉତ୍ସାହର ଶହ ଯୋଗଦାନ କରିଥିଲେ l ନାମ ସଂକୀର୍ତ୍ତନ୍ୟ, ଶଙ୍ଖ, ଘଣ୍ଟ ବାଦ୍ୟ, ଭାଙ୍ଗରା ଇତ୍ୟାଦିର ଶୁଭନାଦରେ ଓ ହୁଳହୁଳି, ହରିବୋଲ ଧ୍ଵନି ମଧ୍ୟରେ ଶୋଭାଯାତ୍ରା ଅତ୍ୟନ୍ତ ମନୋମୁଗ୍ଧକର ହୋଇଥିଲା | ସ୍ଥାନୀୟ ଶୈଳଶ୍ରୀ ପାଲେସ ଲାଇନରେ ସ୍ଥିତ ପୁଷ୍କରିଣୀରେ ମହିଳାଗଣ କଳସରେ ପବିତ୍ର ଜଳ ସଂଗ୍ରହ କରିଥିଲେ |ପରେ କଳସକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା | ବିକାଶ ନନ୍ଦ, ଭାରତୀ ନନ୍ଦ, ଗୋକୁଳାନନ୍ଦ, ପୁଷ୍ପିତା, ପ୍ରକାଶ ଚୋପଦାର, ନିରୁପମା ଚୋପଦାର, ପ୍ରଦୀପ ଚୋପଦାର, ଲତା ଚୋପଦାର, ଶୁଭମ ସାହୁ, ଅଭିପ୍ସା ସାହୁ ଦାୟିତ୍ୱ ଯଜ୍ଞ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ | ରାଜୀବ ପଣ୍ଡା ଯଜ୍ଞ ପୁରୋହିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.