ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅଞ୍ଚଳର ସମସ୍ତ ଜନସେବା କେନ୍ଦ୍ର ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସଇଁତଲା କର୍ମଚାରୀଙ୍କ ସମନ୍ୱୟ ବୈଠକ ଓ ବନବିହାର କାର୍ଯ୍ୟକ୍ରମ ବେଲଗାଁ ନିକଟସ୍ଥ ତେଲ ନଦୀକୂଳରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଇଁତଲା ବ୍ଲକର ସମସ୍ତ ଏସବିଆଇ ଜନସେବା କେନ୍ଦ୍ର ଓ ସଇଁତଲା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଥିଲେ। ସଇଁତଲା ଏସବିଆଇ ପରିଚାଳକ ପ୍ରଦୀପ କୁମାର ସେଠ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା ପୂର୍ବକ ଗ୍ରାହକଙ୍କୁ କିଭଳି ଅଧିକ ପାରଦର୍ଶିତାର ସହ ଅଧିକ ଆର୍ଥିକ ଲାଭ ସହ ଉତ୍ତମ ସେବା ଯୋଗାଇ ହେବ ସେ ନେଇ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ। ପୁରୁଣା ବର୍ଷର ରାଗରୁଷା, ମାନ ଅଭିମାନକୁ ସମସ୍ତେ ଭୁଲିବା ସହ ଅଧିକ କର୍ମତତ୍ପର ହେବେ ଏବଂ ଆଗାମୀ ଇଂରାଜୀ ନୂତନ ବର୍ଷ ୨୦୨୫ ସମସ୍ତଙ୍କ ପାଇଁ ନୂତନ ଉପଲବ୍ଧି, ସଫଳତାର ବର୍ଷ ହେବ ବୋଲି ଏହି ଅବସରରେ କାମନା କରାଯାଇଥିଲା।