ଫେବୃୟାରୀ ୫ ରେଳରୋକ ଆନ୍ଦୋଳନ ପ୍ରସଙ୍ଗ: ନର୍ଲାରୋଡରେ ସମତା ଓ ଧାନବାଦ ଟ୍ରେନ ରହଣୀ ପ୍ରତିଶୃତି ଦେଲେ କଳାହାଣ୍ଡି ସାଂସଦ ମାଳବିକା ଦେଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେଳଯାତ୍ରୀ ସୁରକ୍ଷା ସଂଘ ତରଫରୁ ଆସନ୍ତା ଫେବୃୟାରୀ ୫ ରେ ନର୍ଲାରୋଡ ରେଳ ଷ୍ଟେସନ ରେ ରେଳରୋକ ଆନ୍ଦୋଳନ ପାଇଁ ଡାକରା ଦେଇଥିଲା ସଂଘ। ଏ ନେଇ ଗତ ୧୨/୧ ରବିବାର ସ୍ଥାନୀୟ ଧର୍ମଶାଳା ଠାରେ ସଂଘର ସଭାପତି ପ୍ରଦୀପ ନାଏକଙ୍କ ନେତୃତ୍ଵରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଖବର ପାଇ ମାନ୍ୟବର କଳାହାଣ୍ଡି ସାଂସଦ ମାଳବିକା ଦେଓ ରେଳଯାତ୍ରୀ ସୁରକ୍ଷା ସଂଘକୁ ଆଲୋଚନା ପାଇଁ ଖବର କରିଥିଲେ । ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ଵରେ ସଂଘର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ପରିଡା, ଜହରଲାଲ ବିଶ୍ଵାଳ, କୁମୁଦ ନାଏକ, ତୀର୍ଥ ବୁଦ୍ଧିଆ, ଏଲ ଗୁଣନିଧି, ନରସିଂହ କୁମାର, ନରସିଙ୍ଗ ଥପା ଓ ବିଜେପି ନେତା ଅନିରୁଦ୍ଧ ପଧାନ କଳାହାଣ୍ଡି ସାଂସଦ ଶ୍ରୀମତୀ ଦେଓଙ୍କୁ ସାକ୍ଷାତ କରି କରୋନା ପୂର୍ବରୁ ନର୍ଲାରୋଡ଼ ଷ୍ଟେସନ ରେ ରହଣୀ ରହିଥିବା ଏଵଂ କରୋନା ପରେ ରହଣୀ ବନ୍ଦ ହୋଇଯାଇଥିବା ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, ବିଲାସପୁର- ତିରୁପତି ଏକ୍ସପ୍ରେସ ଟ୍ରେନ ଏକ୍ସପ୍ରେସ ଟ୍ରେନ ଗୁଡିକର ନର୍ଲାରୋଡ ଷ୍ଟେସନରେ ପୁନଃ ରହଣୀ ଦିଆଯାଉ ବୋଲି ଏକ ଦାବିପତ୍ର ପ୍ରଦାନ କରିବା ସହ ଏହି ଟ୍ରେନ ଗୁଡ଼ିକର ନର୍ଲାରୋଡ ଷ୍ଟେସନରେ ରହଣୀର କେତେ ଆବଶ୍ୟକତା ରହିଛି ସେ ବିଷୟରେ ଆଲୋଚନା କରି ସାଂସଦଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ। ସମସ୍ତ ତଥ୍ୟ ଅବଗତ ହେବାପରେ ସାଂସଦ ଶ୍ରୀମତୀ ଦେଓ ଆସନ୍ତା ଫେବୃୟାରୀ ମାସରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ କଳାହାଣ୍ଡି ଆସିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ମୁଁ କେସିଙ୍ଗା ଷ୍ଟେସନ ରୁ ସମତା ଏକ୍ସପ୍ରେସ ରେ ଆସି ନର୍ଲାରୋଡ ରେ ଓହ୍ଲାଇବୁ। ଆପଣ ମାନଙ୍କ ଦାବୀ ଅନୁଯାୟୀ ଟ୍ରେନ ରହଣୀ ଦିଆଯିବ। ଏଣୁ ରେଳରୋକ ଆନ୍ଦୋଳନରୁ କ୍ଷାନ୍ତ ରୁହନ୍ତୁ ବୋଲି କଥା ଦେଇଥିବା ମତବ୍ୟକ୍ତ କରିଛନ୍ତି ରେଳଯାତ୍ରୀ ସୁରକ୍ଷା ସଂଘର ସଭାପତି ଶ୍ରୀ ନାଏକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.