ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ପରାକ୍ରମ ଦିବସରେ ଦୁଇ ଜଣ ଜାତୀୟ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଆୟୋଜିତ ଏକ ସାଧାରଣ ସଭାରେ ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଦୁଇ ବରପୁତ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ବରିଷ୍ଠ ସଦସ୍ୟ ଭୂଷଣ କୁମାର ପାତ୍ର ନେତାଜୀଙ୍କ ସ୍ମୃତି ଚାରଣ କରି ସେ ଜଣେ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀ ଏବଂ ତାଙ୍କର କାଳଜୟୀ ସ୍ବର “ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି” ଆହ୍ବାନରେ ଉଦ୍‌ବୁଦ୍ଧ ହୋଇ ଯୁବ ଗୋଷ୍ଠୀ ଭାରତର ସ୍ବାଧୀନତା ସଂଗ୍ରାମରେ ନିଜକୁ ସମର୍ପିତ କରିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ଠିକ୍ ସେହିପରି ବୀର ସୁରେନ୍ଦ୍ର ସାଏ ଙ୍କ ପବିତ୍ର ଜନ୍ମ ତିଥିରେ ତାଙ୍କର ସ୍ମୃତିଚାରଣ ଥିଲେ ଅନୁଷ୍ଠାନର ସଦସ୍ୟ ଗୋପୀନାଥ ମହାକୁର। ଇଂରେଜ ସରକାରଙ୍କ ବିରୁଦ୍ଧରେ ଦୀର୍ଘ ୨୦ ବର୍ଷ ସଶସ୍ତ୍ର ସଂଗ୍ରାମ କରି ଗରିଲା ରଣନୀତି ଆପଣେଇ ଥିଲେ ବୀର ଯୋଦ୍ଧା। ମାଁ ମାଟି ପାଇଁ ଏମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ମହାକୁର ପ୍ରକାଶ କରିଥିଲେ । ସଦସ୍ୟ ସୌମିତ୍ରୀ ମେହେର ସ୍ବାଗତ କରିଥିବା ବେଳେ ଡ.ଦ୍ବିତୀକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନ ର ସଦସ୍ୟ ବଳରାମ କାଣ୍ଡ, ନାରାୟଣ ପ୍ରସାଦ ନାୟକ, ଅକ୍ରୂର ଦନ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସୁରୁ ସାହୁ ବନ୍ଦେ ମାତରଂ ଗାନ କରାଇବା ପରେ କୋଷାଧ୍ୟକ୍ଷ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.