ସୁବର୍ଣ୍ଣପୁରରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗ ଙ୍କ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୫ ଓ ଦଶବର୍ଷ ପୂର୍ତ୍ତି ବେଟି ବଚାଓ ବେଟି ପଢ଼ାଓ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲପାଳ, ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଅଧିକାରୀ ବିଜୟ ବିଶ୍ୱାଳ ପରିଚାଳନା କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଡ଼ିଏସପି ରେଣୁକା ସୁନା, ଏଇଓ ଜିଲ୍ଲା ପରିଷଦପଲ୍ଲବୀ ରାଣୀ ରାଜ, ସର୍ବଶିକ୍ଷା ଅଭିଯାନ ର ପର୍ଶୁରାମ ମେହେର ଓ ଡିପିଏଚଓ, ଏନଏଚଏମ ଡାକ୍ତର ମନୋଜ କୁମାର ଅଦାବର ପ୍ରୋଗ୍ରାମ ଅଫିସର ଅନିତା ଗୁରୁ ପ୍ରମୁଖ ଯୋଗ ଦେଇଥିବା ବେଳେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, ସଦସ୍ୟ ହେମନ୍ତ କୁମଇ ସା, ସନ୍ଟୁନୁ କର୍ଣ୍ଣ, ଜେନଡର ସଂଯଜକ ମାନସ ସେଟ, ଜିଲ୍କା ଶିଶୁ ସୁରକ୍ଷା ବିଭାଗ ର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ପୋଶୋନ ସଂଯୋଜକ ସଂଜୀବ ମିଶ୍ର ଉପସ୍ଥିତ ଥିବାବେଳେ ବିଭିନ୍ନ ଅନୁଷ୍ଠାନ ତଥା ଉତ୍କଳ ବାଳାଶ୍ରମ, ସୋନପୁର, କସ୍ତୁରିବା ଗାନ୍ଧୀ ଆବାସିକ ବିଦ୍ୟାଳୟର କର୍ମକର୍ତା, ସାହାରା ଟ୍ରଷ୍ଟ, ବିଦ୍ୟାଳୟର କର୍ମକର୍ତା, ସରକାରୀ ଏଏନଏମର କର୍ମକର୍ତା, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର କର୍ମକର୍ତା, ସମଗ୍ର ଶିକ୍ଷା ଅଭିଯାନର କର୍ମକର୍ତା, ରେୟାର କର୍ମକର୍ତା ଓ ଏଇସିଡିଏସ ର ଅଙ୍ଗନ ୱାର୍ଡି କର୍ମୀ ଓ କିଶୋରୀ ବାଳିକା ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ଅନୁଷ୍ଠାନ ର ୨୬୫ ଜଣ ଛାତ୍ରୀ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସୋନପୁର ଜିଲ୍ଲା ବାଲ୍ୟ ବିବାହ ସଂଯଜକ ଅକ୍ଷୟ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରୁଦ୍ର ପ୍ରସନ୍ନ ମିଶ୍ର, ଥବିର କାଲସେ, ପ୍ରଶାନ୍ତ ମହାକୁଡ଼, ସ୍ୱାଗତ ରାଜ ମିଶ୍ର, ସରିତା ସୁନା ଓ ଅନିଲ ମହଲା ଏହି କାର୍ଯ୍ୟକର୍ମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.