ଲାଞ୍ଜିଗଡ଼ ଯୁବକ ସଂଘର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଯୁବକ ସଂଘର ୩୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ହାଇସ୍କୁଲ ଖେଳ ପଡ଼ିଆ ପରିସରରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ସଂଘର ସଭାପତି ହିମାଦ୍ରୀ ପେଶନିଆ। ଅତିଥି ଭାବେ ଲାଞ୍ଜିଗଡ଼ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂଦେଓ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ବରିଷ୍ଠ ଆଇନଜୀବୀ ରଘୁନାଥ ମହାକୁଡ଼, ମେଡିକାଲ ଫାର୍ମାସିଷ୍ଟ ଟୁନା ପାଣିଗ୍ରାହୀ, ଯୁବକ ସଂଘର ପୂର୍ବତନ ସଭାପତି ସନାତନ ରାଉତ, ପୂର୍ବତନ ସଭାପତି ବିନୋଦ ଗୌଡ଼, ପୂର୍ବତନ ସମ୍ପାଦକ ରାଘବ ଗହୀର, ପୂର୍ବତନ ଉପ-ସଭାପତି ସୁମନ୍ତ ଦଳବେହେରା, ଉପଦେଷ୍ଟା ଏମ. ଚନ୍ଦ୍ର ଶେଖର, ପୂର୍ବତନ ସିଆରସିସି ଏମ. ସୁନ୍ଦର ଶେଖର, ଲଷ୍ମୀଧର ଚଣ୍ଡୀ, ଶ୍ରୀମୁଖ ଅଗସ୍ତି, ଶରତ ସିଂ, କାର୍ତ୍ତିକ ଓଡ଼ିଆ, ସମାଜସେବୀ ସତ୍ୟନାରାୟଣ ନାଏକ ପ୍ରମୁଖ ମଞ୍ଚାସିନ ରହି ସଂଘର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ସମ୍ପାଦକ ଭୂପେନ୍ଦ୍ର ମହାରଥା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ କିଶୋର ପେଶନିଆ, ସଦସ୍ୟ ଜୟନ୍ତ ମହାଖୁଡ, ମହେନ୍ଦ୍ର ମୁଣ୍ଡଛିନା, ମାନସ ମହାଖୁଡ, ହେମନ୍ତ ପ୍ରଧାନୀ, ଲମ୍ବୁ ପୂଝାରୀ, ଥବିର ମହାଖୁଡ଼ ସମେତ ଯୁବକ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.