ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ଥାନା ପରିସର ଠାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ଦିବସ ପାଳିତ ହୋଇଯାଇଛି। ଲାଞ୍ଜିଗଡ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ଥାନାର କର୍ମଚାରୀଙ୍କ ସମେତ ନର୍ଲା ଲାଞ୍ଜିଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ହାତରେ ଏକତା ଦିବସର ବ୍ୟାନର ଧରି ଲାଞ୍ଜିଗଡ ଆଶ୍ରମପଡା ଠାରୁ ଥାନା ଯାଏଁ ଏକ ଶୋଭାଯାତ୍ରାରେ ଆସି ଅଞ୍ଚଳ ବାସୀଙ୍କୁ ଏକତାର ବାର୍ତ୍ତା ଦେଇଥିଲେ। ଏହାପରେ ଥାନା ପରିସର ଠାରେ ଲାଞ୍ଜିଗଡ ଅଞ୍ଚଳର କାର୍ତ୍ତିକ ଓଡ଼ିଆ, ଶ୍ରୀମୁଖ ଅଗସ୍ତି, ଉଗ୍ରସେନ ନାଗ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ଜନ ସାଧାରଣ ମଧ୍ୟ ସାମିଲ ହୋଇ ଏକ ସଭାର ଆୟୋଜନ କରାଯାଇ ଡାହାଣ ହାତ ଆଗକୁ ଟେକି ଏକତାର ସୂତ୍ରରେ ବାନ୍ଧି ହୋଇ ସମାଜର ମଙ୍ଗଳ କାମନା ଓ ସର୍ଦ୍ଦାର ପଟେଲଙ୍କ ସ୍ବପ୍ନକୁ ସାକାର କରି ଦେଶ ମାତୃକାର ସେବା କରିବା ପାଇଁ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ଥାନା ଏ ଏସ ଆଇ ବଳଭଦ୍ର ଗୌଡ଼, ଏ ଏସ ଆଇ ନିତିନ ଚତୁରବେଦି, ଏ ଏସ ଆଇ ସ୍ଵର୍ଣ୍ଣଲତା ଗମାଙ୍ଗ, ଦିସେମ୍ବର ସାହୁ, ସସ୍ମିତା ସା, ସବିତା ସାହୁ, ପ୍ରତାପ କୁମାର ଭୋଇ ସମେତ ସମସ୍ତ କନେଷ୍ଟବଳ ଓ ଆଇଆରବି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଥାନାଧିକାରୀ ଶ୍ରୀ ହିଆଲ ଧନ୍ୟବାଦ ଅର୍ପଣ କରିଥିଲେ।





