ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବୁଧବାର ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ପାଣିମୁଣ୍ଡା ଗ୍ରାମରେ ପ୍ରବଳ ଝଡ଼-ତୋଫାନ ଯୋଗୁଁ ଗ୍ରାମର ପ୍ରମୋଦ କୁମାର ପରିଡ଼ାଙ୍କ ଘର ଛାତ ଉପରେ ସ୍ଥାପିତ ‘ପିଏମ୍ ସୂର୍ଯ୍ୟଘର ମୁଫତ ବିଜୁଳି ଯୋଜନା’ର ସୋଲାର ପ୍ୟାନେଲଗୁଡ଼ିକ ପ୍ରବଳ ବାତାସରେ ଉପୁଡ଼ି ପ୍ରାୟ ୩୦ ଫୁଟ ଦୂରକୁ ଉଡ଼ିଯାଇ ରାସ୍ତା ଉପରେ ପଡ଼ିଛି। ଫଳରେ ସମସ୍ତ ପ୍ୟାନେଲ ଓ ଫ୍ରେମ୍ ଭାଙ୍ଗି ଚୂରମାର ହୋଇଯାଇଛି।ସୂଚନା ଅନୁସାରେ, ଶ୍ରୀ ପରିଡ଼ା ୨୦୨୫ ମାର୍ଚ୍ଚ ମାସରେ ଉକ୍ତ ଯୋଜନାରେ ଆବେଦନ କରି ନିଜ ଘରେ ସୋଲାର ବିଦ୍ୟୁତ୍ ସଂଯୋଗ କରାଇଥିଲେ। କିନ୍ତୁ ବାତ୍ୟା ଅର୍ଣ୍ଣବ ତାଣ୍ଡବ ଏହି ପ୍ରାକୃତିକ ବିପର୍ଯ୍ୟୟରେ ତାଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି।ଏନେଇ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।





