ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଉ କିଛି ଦିନ ପରେ ଆସିବ ଆଲୋକର ପର୍ବ ଦୀପାବଳି। ଏହି ମହାନ ପର୍ବର ଅବ୍ୟବହିତ ପୂର୍ବରୁ କଳାହାଣ୍ଡି ଲେଖିକା ସଂଘ କାବ୍ୟୋତ୍ସବ ମାଧ୍ଯମରେ ଦୀପାବଳୀକୁ ଭବ୍ୟ ସ୍ବାଗତ କରିଛି। ସଂଘର ସଭାପତି ସୁଦେଷ୍ଣା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଡ. ସୁଜାତା ମୁଣ୍ଡ ଯୋଗଦେଇ ଦୀପାବଳୀ ପର୍ବର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସରସ୍ୱତୀ ବନ୍ଦନା କରିଥିଲେ କବି ସନ୍ଧ୍ଯା ରାଣୀ ବେହେରା, ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ କବି କବିତା ମୁଣ୍ଡ, ଗୁଗଲ ମିଟ ସହାୟତା ଯୋଗାଇ ଥିଲେ କବି ଦୀପ୍ତି ମୁଣ୍ଡ, ବ୍ରହ୍ମ ନାଦ ଏବଂ ଶାନ୍ତି ପାଠ କରିଥିଲେ କବି ମୀନା ମୁଣ୍ଡ। କବି ସ୍ବର୍ଣ୍ଣକାନ୍ତି ବୈକାରଙ୍କ ସଂଯୋଜନା କବି ସଂଯୁକ୍ତା ମୁଣ୍ଡ, ସବିତା ଦାଶ, ପଦ୍ମିନୀ ବେହେରା, ମୀନା ମୁଣ୍ଡ, ଦୀପ୍ତି ମୁଣ୍ଡ, ଅନୀତା ମୁଣ୍ଡ, ପ୍ରେମ ଶୀଳା ବେହେରା, ମଞ୍ଜୁରାଣୀ ରଥ, ଝରଣା ପାଢ଼ୀ, ସୁରମା ବେହେରା, ସସ୍ମିତା ସାହୁ, ତପସ୍ବିନୀ ପଣ୍ଡା, ରଶ୍ମି ରାଣୀ ରଥ, ମମତା ସାହୁ, ସୁବ୍ରତା ମହାପାତ୍ର, ସବିତା ଶତପଥୀ, ଡ.ସୁଜାତା ମୁଣ୍ଡ, କଳ୍ପନା ରଥ, ନିବେଦିତା ମହାନ୍ତି, ସୁଦେଷ୍ଣା ପଣ୍ଡା, ସୁସ୍ମିତା ମହାପାତ୍ର, ସୁଚିସ୍ମିତା ରଥ, ମନୋରମା ପାତ୍ର, କବିତା ମୁଣ୍ଡ, ମିନତି ପ୍ରଧାନ ପ୍ରମୂଖ ୨୮ରୁ ଉର୍ଦ୍ଧ୍ବ କବି ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମଟିର ସୁପରିଚାଳନା କରିବା ସହ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ ସଂଘର ସମ୍ପାଦିକା କଳ୍ପନା ରଥ।





