କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ତରଫରୁ ସମ୍ମାନିତ ହେଲେ ସମାଜସେବୀ ସରୋଜ ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମାଜିକ କର୍ମୀ ତଥା ଯୁବ ସାମ୍ବାଦିକ ସରୋଜ ସାହୁ ସମ୍ମାନିତ ହୋଇଛନ୍ତି। କର୍ଲାମୁଣ୍ଡା ବିଡ଼ିଓ ଦେବେନ୍ଦ୍ର ସାମଲ ତାଙ୍କୁ କଳାହାଣ୍ଡି ଉତ୍ସବ ଅବସରରେ ସମ୍ମାନିତ କରିଥିଲେ। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତର ଖଲିଆପାଲି ଗ୍ରାମର ବୈଇଲୁଚନ ସାହୁ ଓ ମାଁ ବେଳମତି ସାହୁଙ୍କ ସୁପୁତ୍ର ସରୋଜ ସାହୁ ସମାଜସେବାରେ ନିଜ ଜୀବନକୁ ସମର୍ପିତ କରିଛନ୍ତି। କୋରୋନା ଆକ୍ରାନ୍ତଙ୍କ ଶବ ସତ୍କାର କରି ସେ ଯୁବ ପିଢୀ ପାଇଁ ଆଦର୍ଶ ପାଲଟିଛନ୍ତି। ସେ ରକ୍ତଦାନ ସହ ଦୁର୍ଗତ ମାନବର ବନ୍ଧୁ ଭାବେ କର୍ଲାମୁଣ୍ଡା କାହିଁକି ସାରା ଜିଲ୍ଲାରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଛନ୍ତି। ଗରିବ ଅସହାୟ ପରିବାରକୁ ପୋଷାକ ବାଣ୍ଟିବା ସହ ଶିତବସ୍ତ୍ର ମଧ୍ୟ ବଣ୍ଟନ ଓ ଅନେକ ସାମାଜିକ କାର୍ଯ୍ୟ କରିବା ଦିଗରେ ତାଙ୍କର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ଏହି ସମାଜ ସେବାରେ ସରୋଜ ସାହୁଙ୍କୁ ସହଯୋଗ କରିଥିବା ଧନୁର୍ଯ୍ୟୟ ସାହୁ, ସୁଶାନ୍ତ ମଳିକ, ସ୍ୱଗତ ଲାଳାଟେଡୁ ସାହୁ, ସୁଶାନ୍ତ ମିଶ୍ର, ସୁଦର୍ଶନ ସାହୁ, ଅଜିତ ବେହେରା, ଦେବେରାଜ ରଣା, କ୍ଷୀରମଣି ସାହୁ,ରାଜୁ ମିଶ୍ର, ଡି.କେ ରାଇସ୍ ମିଲ ମୂଖ୍ୟ ଆଶିଷ କେଡ଼ିଆ, ଅମୂଲ୍ୟ ଦାସ, ହରିଚନ୍ଦନ ସାହୁ ଏବଂ ହେଲକୋ କଳାହାଣ୍ଡିର ସଭାପତି ଲିଙ୍ଗରାଜ ସାହୁ ପ୍ରମୁଖ ସହଯୋଗ କରିଥିବା ହେତୁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ ଦେଇଛନ୍ତି ସରୋଜ। ଏହି ସମ୍ମାନ ତାଙ୍କୁ ଅଧିକ ଉତ୍ସାହିତ କରିଛି ଏବଂ ଆଗକୁ ସମାଜସେବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.