କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର (ମିହିର ଶଙ୍କର ପାତ୍ର): ବାଇଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳରେ ମୁଖ୍ୟ ଉଦେଶ୍ୟ ହେଲା ଛାତ୍ର ଛାତ୍ରୀ ମାନଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଉପରେ କିଭଳି ଅବଗତ କରାଯିବ। ଏହି କାର୍ଯ୍ୟକ୍ରମ ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି। ଆଜିର କାର୍ଯ୍ୟକ୍ରମରେ ଅତିଥିଭାବେ ମଞ୍ଚାସିନ ଥିଲେ ଡାବୁଗାଁ ବ୍ଲକ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଭଗବାନ ମାଝୀ, ଚଚରାଗୁଡା କ୍ଲଷ୍ଟରର ଆଞ୍ଚଳିକ ସଂଯୋଜକ ଗୁପ୍ତେ ପ୍ରସାଦ ନାଗ, ଚଚାରଗୁଡା ସରପଞ୍ଚ ପ୍ରମ୍ମୁଖ। ଏହା ସହ ଚଚରାଗୁଡା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.