ନର୍ଲା ହାଇସ୍କୁଲ ହିନ୍ଦୀ ଶିକ୍ଷକ ତେଜରାଜ ସାହୁଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲର ହିନ୍ଦୀ ଶିକ୍ଷକ ତେଜରାଜ ସାହୁଙ୍କ କାର୍ଯ୍ୟକାଳ ୩୧/୧ ରେ ସମାପନ ହୋଇଯାଉଛି। ସେ ଅବସର ଗ୍ରହଣ କରିଛନ୍ତି। ଏଣୁ ନର୍ଲା ହାଇସ୍କୁଲ ତରଫରୁ ତାଙ୍କୁ ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା ଦିଆଯାଇଛି। ଅଶ୍ରୁଳ ନୟନରେ ବିଦାୟ ଦେଲେ ଛାତ୍ର ଛାତ୍ରୀମାନେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କ କର୍ତ୍ତବ୍ୟ ନିଷ୍ଠତା, ଛାତ୍ର ବତ୍ସଳ ଓ ସ୍ନେହୀ ଗୁଣ ବର୍ଣ୍ଣନା କରିବା ସହ ତାଙ୍କର ଅବସର କାଳୀନ ଜୀବନ ସମୟ ସୁଖଦ ହେଉ ବୋଲି କାମନା କରିଥିଲେ।

ପ୍ରଥମେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ସାହୁଙ୍କ ବିଦ୍ୟାଳୟ ପ୍ରତି ଅବଦାନ ବିଷୟରେ ବଖାଣିଥିଲେ। ସମ୍ମାନୀତ ଅତିଥି ଭାବରେ ଏବିଇଓ ଗୋବର୍ଦ୍ଧନ ମାଝୀ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ ସେନାପତି, ଲାଞ୍ଜିଗଡ଼ ରୋଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ତରୁଣ ସାହୁ, ନର୍ଲା ହାଇସ୍କୁଲର ଅବସର ପ୍ରାପ୍ତ କର୍ମଚାରୀ ସୁବାଷ ପଧାନ, ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାଏକ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ବିଦାୟୀ ହିନ୍ଦୀ ଶିକ୍ଷକ ଶ୍ରୀ ସାହୁ ଓ ତାଙ୍କ ସହଧର୍ମିଣି କୁମୁଦିନୀ ସାହୁଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ଓ ଉପହାର ମାନ ଦିଆଯାଇଥିଲା।

ଛାତ୍ରଛାତ୍ରୀ ମାନେ ମଧ୍ଯ ସେମାନଙ୍କ ପ୍ରିୟ ଗୁରୁଙ୍କୁ ବିଭିନ୍ନ ଉପହାର ମାନ ପ୍ରଦାନ କରି ଆଶୀର୍ବାଦ ନେଇଥିଲେ। ବିଦ୍ୟାଳୟର କର୍ମଚାରୀ କ୍ଷୀତିଶ ପୋଢ଼ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂସ୍କୃତ ଶିକ୍ଷୟତ୍ରୀ ଶିଲା ପ୍ରହରାଜ ମଞ୍ଚ ପରିଚାଳନା କରିଥିଲେ।

ସସ୍ମିତା ସୁନାମୁଦି, ପ୍ରଶାନ୍ତ ସାହୁ, ଫାଲ୍ଗୁନି ରାଓ, ପିଇଟି ବୀଣାବାଦୀନୀ ବାଗ, ହିତେଶ ମେହେର, ତପନ ଦାସ,ଶିକ୍ଷୟତ୍ରୀ ସର୍ମିତା ସେଠୀ, ସୋନମରାଣୀ ପଧାନ, ସସ୍ମିତା ପଧାନ, ନିବେଦିତା ଗନ୍ତିଆ, ପ୍ରଣତି ବୈଦ୍ୟ, ମିନାକ୍ଷୀ ମିଶ୍ର, ଦେବୀ ସ୍ମିତା ନାଏକ, ଜ୍ୟୋତିର୍ମୟୀ ମହାନ୍ତି, ତରିଣୀଧର ଧଙ୍ଗଡାମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହାପରେ ଶ୍ରୀ ସାହୁ ଓ ତାଙ୍କ ସହଧର୍ମିଣିଙ୍କୁ ବିଦ୍ୟାଳୟର ସମସ୍ତ ଷ୍ଟାଫ ଓ ଛାତ୍ରଛାତ୍ରୀ ମାନେ ଘୁମୁରା ବାଜା ବଜେଇ ଏକ ଭବ୍ୟ ଶୋଭାଯାତ୍ରାରେ ତାଙ୍କ ବାସ ଭବନ ଯାଏଁ ନେଇ ଛାଡିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.