ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଯୁବ ସାମ୍ବାଦିକ ରୁକଚନ ମାଝୀଙ୍କ ନିଆରା ପ୍ରୟାସ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବୋକ୍ରାସିଲ୍ ଗ୍ରାମର ଯୁବ ସାମ୍ବାଦିକ ରୁକଚନ୍ ମାଝୀ ଛିଲିପା ଜେନାଡଙ୍ଗରି ସହିତ ନଦୀତଟକୁ ପ୍ଳାଷ୍ଟିକ ଆବର୍ଜନାରୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ସେଠାରେ ପଡିରହିଥିବା କୁଢ଼ କୁଢ଼ ପ୍ଳାଷ୍ଟିକ ଆବର୍ଜନାକୁ ଗୋଟାଇ ଏକାଠି କରିବା ପରେ ଏହାକୁ ରିସାଇକ୍ଳିଙ୍ଗ୍ ପାଇଁ ପଠାଯିବ ବୋଲି ସେ କହିଛନ୍ତି। ତାଙ୍କର ଲକ୍ଷ୍ୟ ହେଲା ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରିବା ସହିତ ପରିବେଶକୁ ପ୍ଳାଷ୍ଟିକ ଆବର୍ଜନା ମୁକ୍ତ କରିବା। ପ୍ଳାଷ୍ଟିକ ତିଆରି ବିଭିନ୍ନ ସାମଗ୍ରୀ ଏଣେତେଣେ ଫିଙ୍ଗିବା ଫଳରେ ଏହା ନଦୀ ତଥା ସମୁଦ୍ରକୁ ଯାଇ ମିଶୁଛି। ଯାହାଫଳରେ ଅଳିଆ ଆବର୍ଜନା ସୃଷ୍ଟି କରୁଛି, ତେଣୁ ପରିବେଶ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି। ଏପରି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି ରୁକଚନ୍। ନିଆରା ଢଙ୍ଗରେ ସମାଜକୁ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଯୁବ ସାମ୍ବାଦିକ ଶ୍ରୀ ମାଝୀଙ୍କ କାର୍ଯ୍ୟଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.