ରାସ୍ତା ନିର୍ମାଣ ପାଇଁ ଦାବୀପତ୍ର ଦେଲେ ସରପଞ୍ଚ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ପଞ୍ଚାୟତ ସମିତି ବୈଠକରେ ଗଣ୍ଡପତ୍ରାପାଲି, ଧରବଗଡ଼ ଓ ଜରମତଲା ସରପଞ୍ଚ ରାସ୍ତା ନିର୍ମାଣ ପାଇଁ ଦାବୀ କରିବା ସହ ସାଂସଦଙ୍କୁ ଏକ ଦାବୀପତ୍ର ତାଙ୍କ ପ୍ରତିନିଧଙ୍କ ଜରିଆରେ ଦେଇଛନ୍ତି। ଦାବୀପତ୍ର ଅନୁସାରେ ଗଣ୍ଡପତ୍ରାପାଲି – ପେଣ୍ଡାମାଲ-ଛନଛଡ଼ା ଦେଇ ଯାଇଥିବା ରାସ୍ତା ଉପରେ ପ୍ରତ୍ୟହ ତିନିଗୋଟି ପଂଚାୟତର ଲୋକେ ଗମନାଗମନ କରିଥାନ୍ତି। ପ୍ରାୟ ୫କିମି ଦୂରତ୍ବ ବିଶିଷ୍ଟ ଏହି ରାସ୍ତା ଗଣ୍ଡପତ୍ରାପାଲି, ଧରପଗଡ଼ ଓ କରମତଲାକୁ ସଂଯୋଗ କରିଥାଏ। ରାସ୍ତାର ଅବସ୍ଥା ବର୍ତମାନ ଶୋଚନୀୟ ହୋଇପଡ଼ିଥିବାରୁ ଅଂଚଳର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖନ ହେଉଛନ୍ତି। ରାସ୍ତା ନିର୍ମାଣ ପାଇଁ ଅଂଚଳବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାପରେ ମଧ୍ୟ ପ୍ରଶାସନ ତରଫରୁ ଅଦ୍ୟାବଧ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଯାହାକୁ ନେଇ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅଂଚଳବାସୀଙ୍କ ଗମନାଗମନକୁ ଦୃଷ୍ଟିରେ ରଖ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଗଣ୍ଡପତ୍ରାପାଲି ସରପଞ୍ଚ ମନେଷ ସୁନା, ଧରବଗଡ଼ ସରପଞ୍ଚ ଗୀତାଂଜଳୀ ପଣ୍ଡା ଓ କରମତଲା ସରପଞ୍ଚ ତିଳୋତମା ବାଗ ଏକ ଦାବୀପତ୍ର ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓଙ୍କୁ ତାଙ୍କ ପ୍ରତିନିଧଙ୍କ ଜରିଆରେ ପ୍ରଦାନ କରିଛନ୍ତି। ସେହିପରି ଗଣ୍ଡପତ୍ରାପାଲି ସରପଂଚ ଗ୍ରାମର ଅଙ୍ଗନଓ୍ବାଡ଼ି କେନ୍ଦ୍ର ଦୀର୍ଘ ଦିନ ହେଲା ବିଦ୍ୟାଳୟର ଏକ କୋଠରୀରେ ଚାଲୁଥିବାରୁ ନୂତନ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କରିବାକୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.