ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ସଚେତନ ନାଗରିକ ମଞ୍ଚ: ସମ୍ବଲପୁର-ସୋନପୁର ରେଳ ଲାଇନ ଦାବୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ପୂର୍ବାହ୍ନ ୧୦ଟା ସମୟରେ ସୋନପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ସାଂସଦ ସଂଗୀତା କୁମାରୀ ସିଂଦେଓ ଓ ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲାଙ୍କ ଉପସ୍ଥିତିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ସମ୍ବଲପୁର ସହିତ ସୁବର୍ଣ୍ଣପୁରକୁ ରେଲପଥ ଭାୟା ଧମା, ଉଲୁଣ୍ଡା, ବିନିକା ଦେଇ ଯୋଡ଼ିବା ସକାଶେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ପ୍ରସ୍ତାବିତ ସମ୍ବଲପୁର-ଗୋପାଳପୁର ରେଳପଥଟି ପୂର୍ବରୁ ଉକ୍ତ ଜିଲ୍ଲା ବାଟ ଦେଇ ଅତିକ୍ରମ କରିବାର ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାହା ପରିବର୍ତ୍ତନ କରାଯାଇଛି। ଯଦ୍ବାରା ପଶ୍ଚିମାଞ୍ଚଳର ଛଅ ଗୋଟି ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ତେଣୁ ପୁନର୍ବାର ତାହାକୁ ପରିବର୍ତ୍ତନ କରିବା ପାଇଁ ନାଗରିକ ମଞ୍ଚ ଦୃଢ ଦାଵୀ ଉପସ୍ଥାପିତ କରିଥିଲେ। ଆଲୋଚନା ସମୟରେ ସମ୍ବଲପୁର ସହିତ ସୁବର୍ଣ୍ଣପୁରର କଳା, ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ସ୍ୱାସ୍ଥ୍ୟର ସମ୍ପର୍କ ସହ ଅନେକ ଗୁଡିଏ ଐତିହାସିକ କିମ୍ବଦନ୍ତୀ ମଣ୍ଡନ କରୁଥିବା ପ୍ରାଚୀନ ପୀଠ ସବୁ ରହିଅଛି। ସେଥିମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ହୁମା ଶୈବପୀଠ, ପାତାଳୀ ଶ୍ରୀକ୍ଷେତ୍ର, ମାତା ମେଟାକାନୀ ଓ ଦେଉଲଝରି ଅନ୍ୟତମ ବୋଲି କହିଥିଲେ। ଏତତ୍ ବ୍ୟତୀତ ସନ୍ଥ କବିଭୀମ ଭୋଇଙ୍କ ଭୂମି ଅଟେ। ତେଣୁ ସମ୍ବଲପୁର ସହିତ ସୁବର୍ଣ୍ଣପୁରର ରେଳ ସଂଯୋଗୀକରଣ ଉକ୍ତ ପଥ ଦେଇ ଏକାନ୍ତ ଆବଶ୍ୟକ ରହିଥିବା ଦର୍ଶାଇଥିଲେ। ଯଦ୍ବାରା ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ବୟନ ଶିଳ୍ପ ଆହୁରି ସମୃଦ୍ଧ ହୋଇ ପାରିବା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ ବୋଲି ଦର୍ଶାଇବା ସହ ଜଗତର ନାଥ ଜଗନ୍ନାଥ ଏଠାରେ ୧୪୪ ବର୍ଷ ପାତାଳୀ ହୋଇଥିବା କଥା ମଧ୍ୟ ଦୃଷ୍ଟି କୁ ଆଣିଥିଲେ। ରେଲପଥର ବିକାଶ ହେବା ଫଳରେ  ଆର୍ଥିକ ଅଭିବୃଦ୍ଧି ସହ ରୋଜଗାର ମଧ୍ୟ ଉପଲବ୍ଧ ହୋଇପାରିବ। ସମସ୍ତ କଥାକୁ ମନ୍ତ୍ରୀ ଶୁଣିଥିଲେ ଓ ସ୍ମାରକପତ୍ରକୁ ପଢିଥିଲେ ଏବଂ ଏହା ରେଳମନ୍ତ୍ରୀଙ୍କୁ ଜଣାଇବାକୁ କହିଥିଲେ। ମାନ୍ୟବର ସାଂସଦ ବିସୃତ ଭାବରେ ଏନେଇ ମନ୍ତ୍ରୀଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର ମଧ୍ୟ ଏହା ଦ୍ବାରା ପରିବହନ କ୍ଷେତ୍ରରେ ସୁଧାର ଆସିବା ସହ ଏହାର ଆବଶ୍ୟକତା ରହିଥିବା କଥାକୁ ମନ୍ତ୍ରୀଙ୍କୁ ଅବଗତ କରାଉଥିବା ଦେଖିବାକୁ ମିଳିଥିଲା। ବିରମହାରାଜପୁର ବିଧାୟକ ଈଂ.ରଘୁନାଥ ଜଗଦଲା ମଧ୍ୟ ମନ୍ତ୍ରୀଙ୍କୁ ଉକ୍ତ ପ୍ରକଳ୍ପ ବିଷୟରେ ବୁଝାଇଥିଲେ। ଦାଵୀପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର,ପଞ୍ଚାନନ ବାରିକ, ସୂର୍ଯ୍ୟ ନାରାୟଣ ଦାସ, ବିନୋଦ ମେହେର, ଦୁଃଖିରାମ ନାୟକ, ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.