ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ଆନ୍ଦୋଳନ ପ୍ରସ୍ତୁତି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ପୁରୁଣା ମୁଖ୍ୟ ଡାକ୍ତରଖାନା ଜିଲ୍ଲା ତାଲିମ କେନ୍ଦ୍ର ଗୃହରେ ସୁବର୍ଣ୍ଣପୁର ଜିଲ୍ଲା ଓଡ଼ିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ସମସ୍ତ ସଭ୍ୟ, ସଭ୍ୟା ଯୋଗ ଦେଇ ସଂଘର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ କ୍ୟାଡ଼ର ସୃଷ୍ଟି କରି ଚାକିରୀ ସ୍ଥାୟୀ କରିବାକୁ ଦାବି ହୋଇଛି। ଏକମାତ୍ର ଦାବିକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ନିମନ୍ତେ ବୈଠକରେ ଆଜି ନିଷ୍ପତ୍ତି ହୋଇଛି। ଯଦି ଦାବି ପୁରଣ ନ ହୁଏ ତାହା ହେଲେ ଆନ୍ଦୋଳନକୁ ଜୋରଦାର କରାଯିବା ନେଇ ଚେତାବନୀ ଦେବା ସହ ଏକ ପୋଷ୍ଟକାର୍ଡ ଅଭିଯାନର ଶୁଭାରମ୍ଭ କରିଥିଲେ। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଓ ବିଜେପି ରାଜ୍ୟ ସଭାପତିଙ୍କୁ ସଂଘ ପକ୍ଷରୁ ପୋଷ୍ଟକାର୍ଡ ପଠେଇବାକୁ ଅଭିଯାନରେ ସ୍ଥିର କରାଯାଇଛି। ଏହି ବୈଠକରେ ଜିଲ୍ଲା ସଂଘର ସଭାପତି, ସଂପାଦକ, କୋଷାଧକ୍ଷଙ୍କ ସମେତ ସମସ୍ତ ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.