ସୁବର୍ଣ୍ଣପୁରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ୍ ଉପରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ସାହାଗେଷ୍ଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲାର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ବିଜେପି ସଭାପତି ବେଣୁଧର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ବିଜେପିର ପୂର୍ବତନ ସଭାପତି ପ୍ରମୋଦ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀ, ରାଜକିଶୋର ମେଣ୍ଡିଲି, ସୋନପୁର କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡଃ କେଦାରନାଥ ମିଶ୍ର ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ର ବଜେଟ ର ବିଭିନ୍ନ ଜନହିତକର ଦିଗ ଉପରେ ଆଲୋଚନା କରିଥିଲେ। ବାସ୍ତବିକ୍ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ଆଣିଥିବା ବଜେଟ ପ୍ରକୃତରେ ଲୋକଙ୍କ ବିକାଶକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ହୋଇଥିବା ସମସ୍ତେ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଡ. କେଦାରନାଥ ମିଶ୍ର ସୁବର୍ଣ୍ଣପୁରରେ ପର୍ଯ୍ୟଟନ ବିକାଶ ବିନା ଅର୍ଥନୈତିକ ଅଭିବୃଦ୍ଧି ଅସମ୍ଭବ ବୋଲି କହିଥିଲେ। ଏହି ସମ୍ମିଳନୀରେ ସହରର ସଚେତନ ନାଗରିକ କମିଟି, ବଣିକ ସଂଘ,କେମିଷ୍ଟ ଏଣ୍ଡ ଡ଼୍ରଗିଷ୍ଟ ସଂଘ, ଓ ଅନେକ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଇନଜୀବୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ। ଆଇନଜୀବୀ ମଧୁସୂଦନ ପ୍ରଧାନ, ସିତାଂଶୁ ଶେଖର ମିଶ୍ରଙ୍କ ସ‌ହ ଅନେକ ବୁଦ୍ଧିଜୀବି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବଜେଟ କୁ ନେଇ ଜନସାଧାରଣ ଙ୍କ ସହ ରାଜନେତା ମାନଙ୍କ ଏହିପରି ଖୋଲା ଆଲୋଚନା କୁ ସମସ୍ତେ ଖୁବ୍ ପ୍ରଶଂସା କରିଥିବା ବେଳେ ସମୃଦ୍ଧ ଓଡିଶା ବିକଶିତ ଓଡ଼ିଶା ଗଠନ ସହ ଆଗକୁ ଏହି ସରକାର ବାସ୍ତବିକ୍ ଲୋକଙ୍କ ସରକାର ବୋଲି ଅନେକେ ମତବ୍ୟକ୍ତ କରିଥିବା ଦେଖାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.