ସର୍ଗିଗୁଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ବାଜି ମାରିନେଲା ଆୟୋଜକ ରେଳବାଇ କ୍ରିକେଟ କ୍ଲବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସାନ୍ଦୁଲ ପଡିଆରେ ଗତ ୨୭/୨ ରୁ ଆରମ୍ଭ ହୋଇଥିଲା ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ । ରବିବାର ଦୁଇଗୋଟି ସେମି ଫାଇନାଲ ମ୍ୟାଚ ସହ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ପ୍ରଥମାର୍ଦ୍ଧରେ ରୁପ୍ରା ଓ ଡୁଙ୍ଗୁରିପଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ସେମି ଫାଇନାଲ ମ୍ୟାଚ । ଏଥିରେ ରୁପ୍ରା ଏକାଦଶ ବିଜୟୀ ହୋଇ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲା । ସେହିଭଳି ଦ୍ୱିତୀୟ ସେମୁଫାଇନାଲ ମ୍ୟାଚ ଧାରପୁର ଏକାଦଶ ଓ ଆୟୋଜକ ରେଳବାଇ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଳବାଇ କ୍ରିକେଟ କ୍ଲବ ସର୍ଗିଗୁଡା ବିଜୟୀ ହୋଇ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲା । ଅପରାହ୍ନ ୪ ଘଣ୍ଟା ସମୟରେ ସର୍ଗିଗୁଡା ରେଳବାଇ କ୍ରିକେଟ କ୍ଲବ ଓ ରୁପ୍ରା ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ରୁପ୍ରା ଏକାଦଶ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ୯.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୦ ରନ ସଂଗ୍ରହ କରିଥିଲା । ଜବାବରେ ରେଳବାଇ କ୍ରିକେଟ କ୍ଲବ ସର୍ଗିଗୁଡା ମାତ୍ର ଦୁଇ ୱିକେଟ ହରାଇ ୫.୩ ଓଭରରେ ୯ ୱିକେଟରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ସଂଧ୍ୟା ୭ ଘଣ୍ଟା ସମୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ଆଇନଜିବୀ ଦୀପକ ସାହୁ,ସାମ୍ବାଦିକ ରଞ୍ଜନ ମହାନ୍ତି, ଚିନ୍ତା ନାଏକ, ଜଗତରାମ ସାହୁ, ସନ୍ତୋଷ ପାତ୍ର, କୈଳାସ ଅଗ୍ରୱାଲ, ବସନ୍ତ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଉପବିଜେତା ରୁପ୍ରାକୁ ଟ୍ରଫି ସହ ୧୫,୦୦୦ ଟଙ୍କା ଓ ଚମ୍ପିଅନ ରେଳବାଇ କ୍ରିକେଟ କ୍ଲବ ସର୍ଗିଗୁଡା ଏକାଦଶକୁ ବିଜୟୀ ଟ୍ରଫି ସହ ୩୦,୦୦୦ ଟଙ୍କା ନଗଦ ରାଶି ପୁରସ୍କାର ପ୍ରଦାନ କରିଥିଲେ । ସେହିଭଳି ମ୍ୟାନ ଅଫ ଦ ମ୍ୟାଚ ଭାବରେ ଚିକୁ ଓ ମ୍ୟାନ ଅଫ ଦ ସିରିଜ ଭାବରେ ସୌମ୍ୟରଞ୍ଜନ ପରିଡା (ଲିକୁ)ଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ଉତ୍ତମ ଶୃଙ୍ଖଳିତ ଟିମ ଭାବରେ ଧାରପୁର ଏକାଦଶକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ଅତିଥି ବୃନ୍ଦ । ବେଷ୍ଟ ବ୍ୟାଟସମ୍ୟାନ ଭାବରେ ସୋମ୍ୟରଞ୍ଜନ ପରିଡା, ବେଷ୍ଟ ବୋଲର ଭାବରେ ସତ୍ୟ ନାଏକ, ବେଷ୍ଟ ଫିଲଡର ଭାବରେ ଗୋପିନାଥ ଗଉଡ, ବେଷ୍ଟ ୱିକେଟ କିପର ଭାବରେ ବିଜୟ ସାମଲ,ବେଷ୍ଟ ସିକ୍ସର ଭାବରେ ସୌମ୍ୟ ପରିଡା, ବେଷ୍ଟ ଅର୍ଗାନାଇଜର ଭାବରେ ମାନସ ସାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଆୟୋଜକ ରେଳବାଇ କ୍ରିକେଟ କ୍ଲବ ର ସଭାପତି ଓମପ୍ରକାଶ ପୁଜାରୀଙ୍କ ସମେତ ଆୟୋଜକ ଟିମର ସମସ୍ତ ସଦସ୍ୟ, ସମସ୍ତ ମ୍ୟାଚ ପରିଚାଳନା କରିଥିବା ଅମ୍ପାୟର ମାନଙ୍କୁ ଅତିଥି ବୃନ୍ଦ ମଞ୍ଚରେ ସମ୍ମାନୀତ କରିଥିଲେ । ଫାଇନାଲ ମ୍ୟାଚକୁ ରାଜେନ୍ଦ୍ର ମିଶ୍ର, ପରମାନନ୍ଦ ଗଉଡ ଓ ଶଙ୍କର ମାଝୀ ଅମ୍ପାୟର ଭାବରେ ପରିଚାଳନା କରିଥିବା ବେଳେ ଆକାଶ, ଭବାନୀଶଙ୍କର ବାଗ ଓ ଯୁଧିଷ୍ଠିର ପଟ୍ଟନାୟକ ଧାରାବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆୟୋଜକ ରେଳବାଇ କ୍ରିକେଟ କ୍ଲବର ସଭାପତି ଓମପ୍ରକାଶ ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.