ହାଇୱା ଧକ୍କାରେ ମହିଳା ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଡହଗାଁ ନିକଟରେ ସୋମବାର ସନ୍ଧ୍ୟାରେ ହାଇୱା ଗାଡ଼ି ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗରୁତର ମହିଳା ଜଣକ ଗ୍ରାମର କୁମର ନାଏକଙ୍କ ସ୍ତ୍ରୀ ଗିତାଞ୍ଜଳୀ ନାଏକ(୫୦) ବୋଲି ଜଣାପଡ଼ିଛି। ମହିଳା ଜଣକ ସନ୍ଧ୍ୟାରେ ବୁଲାବୁଲି କରୁଥିବାବେଳେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ହାଇୱା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମହିଳାଙ୍କ ଗୋଡ ଚୂନା ହୋଇ ଥିବାବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖାଯାଇ ଥିବାବେଳେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସୂଚନା ଯେ’ ମୋଟେର ଫାଣ୍ଡି ଛକଠାରୁ ଡହଗାଁ ଦେଇ ତରାପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଠିକା ସଂସ୍ଥା ଦ୍ବାରା ଏହି ରାସ୍ତା କାର୍ଯ୍ୟରେ ନିୟୋଜିତ କରିଥିବା ଗାଡ଼ି ଗୁଡିକ ବେପରୁଆ ଭାବେ ଚଲା ଯାଉଛି। ଯାହା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ କିଛିଦିନ ତଲେ ମଧ୍ୟ ଏହି ରାସ୍ତାରେ ନିୟୋଜିତ ଥିବା ଏକ ହାଇୱା ଧକ୍କା ଦେବାରୁ ଶାଗବାହିଲି ଗ୍ରାମର ଶିଶୁ ପୁଅର ମୃତ୍ୟୁ ହୋଇଥିବାବେଳେ ତାଙ୍କ ବାପା ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ଦୁଇ ଦିନ ଧରି ରାସ୍ତା ଅବରୋଧ ହେବା ସହ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ରାସ୍ତାରେ ନିୟୋଜିତ ଥିବା ଗାଡ଼ି ଗୁଡିକ ବେପରୁଆ ଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.