ସୁବର୍ଣ୍ଣପୁରରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବୁଧବାର ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରର ପଞ୍ଚମ ଦିବସରେ ପୌର ପରିଷଦ ସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଆଜି ସ୍ଥାନୀୟ ଉପ-ଜିଲ୍ଲାପାଳ ଙ୍କ ଅଫିସ ସମ୍ବୁଖରୁ ବ୍ଲକ ଅଫିସ ଯାଏ ଏକ ସୁଭଦ୍ରା ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ସୋନପୁର ସିଡିପିଓ ଶ୍ରୀମତୀ ସାଗରିକା ସ୍ବାଇଁ ଙ୍କ ନେତୃତ୍ଵରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସୋନପୁର ବିଡ଼ିଓ ଶ୍ରୀ ସଂଜୀବ କୁମାର ସାହୁ ଅତିଥି ଭାବରେ ଯୋଗ ଦେଇ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମହିଳା ମାନେ ସ୍ୱାବଲମ୍ବି ହେବା, ସଶକ୍ତିକରଣ ଓ ସାକ୍ଷରତା ଲକ୍ଷ୍ୟ ସହ ଘରୋଇ ହିଂସା,ବାଲ୍ୟ ବିବାହରୁ ମୁକ୍ତ ହେବା ଓ ସୁଭଦ୍ରା ଯୋଜନାରେ ସାମିଲ୍ ହୋଇ ଓଡ଼ିଶାକୁ ସମୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିର ଏହି ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ଶୁଭଦ୍ରା ସହିତ ସାମିଲ୍ ହେବା -ଓଡ଼ିଶା ସମୃଦ୍ଧିର ମଙ୍ଗ ଧରିବା ଇତ୍ୟାଦି ନାରା ମହିଳା ମାନେ ଦେଇଥିବା ବେଳେ ଅଙ୍ଗନୱାଡ଼ି କର୍ମୀ, ସହାୟିକା, ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା, ସୁଭଦ୍ରା ହିତାଧିକାରୀ ଙ୍କ ସମେତ ସ୍ବେଛାସେବୀ ମହିଳା ଓ ବୁଦ୍ଧିଜୀବି ସାମିଲ୍ ଥିଲେ। ଗୁରୁବାର ସୋନପୁର ପଟାଭାଡ଼ି ଲୋକନାଥ ମନ୍ଦିର ସମେତ ସୋନପୁର ବ୍ଲକର ହରଡଖୋଲ ଓ ଲଛିପୁର ପଂଚାୟତ ଠାରେ ଏହି ଉପଲକ୍ଷେ ପଥପ୍ରାନ୍ତ ସଭା ଅୟୋଜନ କରାଯିବ ବୋଲି ସିଡିପିଓ ଙ୍କ ଠାରୁ ସୂଚନା ମିଳିଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.