ସାମାଜିକ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ସଭା ଓ ସେବାକାର୍ଯ୍ୟ 

ଓଡ଼ିଆ ବାର୍ତ୍ତା/ କଟକ: ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା(ବିସିଟି) ଏବଂ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ ସଂବର୍ଦ୍ଧନା ପର୍ବ ସହ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଓ ସଭାପତି କବୟତ୍ରୀ ସରୋଜ ନଳିନୀ ପରିଜାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ମା’ମାନଙ୍କୁ ବସ୍ତ୍ର ଉପହାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଟ୍ରଷ୍ଟ ଏବଂ ପ୍ରତିଷ୍ଠାନର ମହାସଚିବ ସମାଜସେବୀ ପ୍ରାବନ୍ଧିକ ଇଂ. ସେବକ ଶ୍ରୀକାନ୍ତ ସଂଯୋଜନା କରିଥିବା ବେଳେ ଶାଶ୍ୱତ ଓଡ଼ିଆ ପ୍ରତିଭାର ସମ୍ପାଦକ ସାହିତ୍ୟିକ ଖଗେଶ୍ୱର ଖଣ୍ଡୁଆଳ ପରିଚାଳନା କରିଥିଲେ । ଅତିଥି ଭାବେ ଶିକ୍ଷାବିତ୍ ଡ.ଶେଖ୍‌ କଲିମୁଲ୍ଲା, ଡ.ଚିତ୍ତରଞ୍ଜନ ବେହେରା, ସାରସ୍ଵତ ସାଧକ ରୁଦ୍ର ନାରାୟଣ ଦାସ, ସମିତି ସଭ୍ୟ ବିନୋଦ ବେହେରା, ସମାଜସେବୀ ପ୍ରଭାତ କୁମାର ଖଟୁଆ, ନକୁଳ ବେହେରା, ଉପେନ୍ଦ୍ର ବାରିକ, ଶ୍ରାବନ୍ତିକା ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.