ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲ ପାଲି ସି ଆର୍ ସି ସି ବେଦବର ନିଆଲ ଯୋଗଦେଇ ଥିବା ବେଳେ ସ୍ନେହଲତା ମୁଣ୍ଡ ( ପି ଆଇ ଇ) ଏବଂ ସହ ଶିକ୍ଷୟିତ୍ରୀ ସୁନୀତା ସେଠୀ,କପୁରମାଲ ଉଚ୍ଚ ବିଦ୍ୟାଳୟ ଦୁଇ ଜଣ ଶିକ୍ଷକ ପ୍ରଶିକ୍ଷକ ଯୋଗଦେଇ ଥିଲେ। ଏହି ତାଲିମ ଶିବିର ରେ ୮୭ ଜଣ ଛାତ୍ରୀ ତାଲିମ ଗ୍ରହଣ କରିଥିବା ବେଳେ ଚଳିତ ୨୦୨୪-୨୫ ଶିକ୍ଷା ବର୍ଷରେ ତାଲିମ ହୋଇଥିବା ତାଲିମ ଶିବିର ରେ ଜାନୁଆରୀ,ଫେବୃଆରୀ, ମାର୍ଚ୍ଚ ମାସ ରେ ପାଞ୍ଚ ଦିନ ଲେଖାଏଁ ମୋଟ ପନ୍ଦର ଦିନ ତାଲିମ ଗ୍ରହଣ କରିଥିଲେ।ପୁରୁଷ ପ୍ରଧାନ ସମାଜ ରେ ଛାତ୍ରୀ ମାନେ ସମ୍ବେଦନଶୀଳ ମୂହୁର୍ତ୍ତ କିମ୍ବା ଏକ ବିଷମ ପରିସ୍ଥିତି ରେ ନିଜ କୁ କିପରି ବଞ୍ଚାଇ ପାରିବେ ଓ ସୁରକ୍ଷିତ ଘର କୁ ଫେରି ପାରିବ ସେଥିପାଇଁ ସରକାର ଙ୍କ ଯୁଗାନ୍ତକାରୀ ପଦକ୍ଷେପ ଏବଂ କୋମଲ ମତି ଛାତ୍ରୀ ମାନେ ନିଜର ଭବିଷ୍ୟତ ଗଡି ପାରିବେ ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ରୁଚିରା ନାୟକ,ଦିବ୍ୟସେନୀ ଦୁର୍ଗା,ଉପମା ବାଗ, ଧରିତ୍ରୀ ଦାସ ପ୍ରମୁଖ ଏହି ତାଲିମ ଶିବିର ଟି କୁ ସହଯୋଗ କରିଥିଲେ।ଉଦଯାପନୀ ସଭାରେ ଶିକ୍ଷକ ରଞ୍ଜନ ବରିହା, ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସୁଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.