ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ସୋମବାର ବ୍ଳକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଜିଲ୍ଲାପାଳ ପାୱାର ସଚୀନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ସିଡିଓ ଦୟାମୟ ପାଢ଼ୀ, ସିଡିଏମ୍ଓ ମିନତି ମିଶ୍ର, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା, ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଜଳ ଓ ପରିମଳ ବିଭାଗ, ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଅବକାରୀ ବିଭାଗ ଭଲି ଅନେକ ଗୁରୁତ୍ତ୍ୱପୂର୍ଣ ବିଭାଗର ଅଧିକାରୀମାନେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେ’ ସବୁର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। କୋକସରା ଥାନା ଅଧିକାରିଣୀଙ୍କ ବଦଳି ଦାବି, ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଠିକା ସଂସ୍ଥା ପାଇପ୍ ବିଛା ଆଳରେ ମନଇଚ୍ଛା ରାସ୍ତା ଖୋଲା ବନ୍ଦ କରିବା, ବନ୍ଦ ହୋଇଥିବା ମାଲପଡା ସ୍କୁଲକୁ ପୁନର୍ବାର ଖୋଲିବା, କୋକସରା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗାଁ ଶ୍ମଶାନ, ବସଷ୍ଟାଣ୍ଡ, ଜବର ଦଖଲ ଉଛେଦ ଭଲି ଅଭିଯୋଗ କରିଥିବାବେଳେ ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ ପକ୍ଷରୁ ଲଡୁଗାଁ ଓ ଡ଼ହଗାଁ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟକୁ ଶୀଘ୍ର ବିଭାଗୀୟ ମୂଖ୍ୟଙ୍କୁ ହସ୍ତାନ୍ତର କରିବା, କୋକସରା ପଞ୍ଚାୟତ ସମିତିର ପ୍ରତ୍ୟେକ ଗ୍ରାମ ଗୁଡ଼ିକରେ ବ୍ୟବସ୍ଥା ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଠିକ ଭାବରେ କାର୍ଯ୍ୟକାରି କରିବା, ଦିର୍ଘ ବର୍ଷରୁ ନିର୍ଦ୍ଧିଷ୍ଟ କାର୍ଯ୍ୟାଳୟରେ କାର୍ଯ୍ୟାରତ ଥିବା ଅଧିକାରି ମାନଙ୍କୁ ଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତରିତ କରିବା, କୋକସରା ପଞ୍ଚାୟତ ସମିତି ଅଧିନରେ ଥିବା ମଡୋସିଲ, କରକ, ଜୋତାଖଲିଆ, ରଜାମୁଣ୍ଡା, ଖଳିଗଡ଼ ବେହେରା ଓ ଅଠରନଳା ଡେମକୁ ଠିକ ଭାବରେ ସର୍ଭେ କରି ତାହାର ଉନ୍ନତି କରଣ ଭଲି ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଶିବିରରେ ବ୍ଳକର ୨୨ ଗୋଟି ପଞ୍ଚାୟତରୁ ୫୪ ଜଣ ଲୋକେ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ପଞ୍ଜିକରଣ କରିଥିବାବେଳେ ୧୮ଟି ଅଭିଯୋଗ ସାମୁହିକ ରହିଥିଲା। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ବ୍ଳକ କର୍ମଚାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହେଯାଗ କରିଥିଲେ।