ତେଲ ନଦୀ ସେତୁ ଉପରେ ପଳ ପଳ ବୁଲା ଗୋରୁ, ପ୍ରଶାସନ ନିରବଦ୍ରଷ୍ଟା

ସୋନପୁର,୨୯/୭ : ସୁବର୍ଣ୍ଣପୁର ରୁ ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ତଥା ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାର ଜୀବନ ରେଖା ସଦୃଶ୍ୟ ରହିଛି ସର୍ବୁପରାତନ ତେଲ ନଦୀ ସେତୁ । ଆଜି ଏହି ସେତୁ ପ୍ରତି ପୂର୍ତ୍ତ ବିଭାଗର ଆବଶ୍ୟକ ଦୃଷ୍ଟି ପଡୁନ ଥିବାରୁ ବିଦସଂକୁଳ ଭାବେ ଯାତ୍ରୀଙ୍କ ପାଇଁ ମରଣ ଯନ୍ତା ସାଜିଥିବା ଦେଖିବାକୁ ମିଳୁଛି । ବୌଦ୍ଧ ଜିଲାର କଣ୍ଟାମାଳ ବ୍ଲକ ଏବଂ ସୋନପୁର ସହର ସହିତ ମୁଖ୍ୟତଃ ଏହି ସେତୁ ଦ୍ୱୈତ ସହରର ସୁଯୋଗ ସୃଷ୍ଟି କରି ଉଭୟ ସହରର ଗୁରୁତ୍ୱ ବୃଦ୍ଧି କରୁଥିଲେ ହେଁ ତେଲ ନଦୀର ସେତୁ ଉପରେ ପଳ ପଳ ବୁଲା ଗୋରୁଙ୍କ ପ୍ରତି କାହାରି ଅଙ୍କୁଶ ନଥିବା ହେତୁ ସେତୁରେ ଯାତୟାତ କରିବାରେ ଅଯଥା ସମୟ ଅପଚୟ ସହିତ ନିୟମିତ ଛୋଟ ବଡ ଦୁର୍ଘଟଣା ମାନ ଘଟି ଚାଲିଥିବା ଜଣାଯାଇଛି । ଏହି ସେତୁରେ ସର୍ବଦା ବିଚରଣ କରି ଆଡ୍ଡା ଜମାଇଥିବା ଗୋରୁ କାହାର ସେ ନେଇ ସୋନପୁର ମ୍ୟୁନିସିପାଲିଟି କିମ୍ବା ମନମୁଣ୍ଡା ପଞ୍ଚାୟତ କେହି ବି ମୁହଁ ଖୋଲୁନଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ସୋନପୁର ଓ ମନମୁଣ୍ଡା ଉଭୟ ପଟରୁ ଆସୁଥିବା ଗାଇଗୋରୁ ଖାଦ୍ୟ ଖାଇ ଏହି ସେତୁକୁ ସେମାନଙ୍କ ବାସସ୍ଥଳୀଭାବେ ଗ୍ରହଣ କରିନେଇ ଥିଲେ ବି ସୋନପୁର ମ୍ୟୁନିସିାଲିଟି ଏଥ୍ରିତି ନିରବଦ୍ରଷ୍ଟା ସାଜୁଥିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି । ସେହିପରି ଏହି ସେତୁ ଉପରେ ଶହ ଶହ ବୁଲା ଗୋରୁ ଗାଇଙ୍କ ଆଡ୍ଡା ଯୋଗୁଁ ମାଟି, ଗୋବର, ଘାସରେ ସେତୁର ବିଭିନ୍ନ ସ୍ଥାନ ପୂରି ରହିଛି ଯଦ୍ୱାରା ସେତୁ ଉପରୁ ଜଳ ନିଷ୍କାସନ ହୋଇ ପାରିନଥାଏ । ଫଳରେ ସାଧାରଣ ବର୍ଷାରେ ସେତୁ ଉପରେ ବର୍ଷାଜଳ ପୂରି ରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଥାଏ । ଏହି ସୋନପୁର – ମନମୁଣ୍ଡା ତେଲନଦୀ ସେତୁର ସମସ୍ତ ରକ୍ଷଣାବେକ୍ଷଣା ଦାୟିତ୍ୱ ସୋନପୁର ପୂର୍ତ୍ତ ବିଭାଗର ଅଧୀନରେ ରହିଥିଲେ ହେଁ ବିଭାଗ ସେତୁର ସଫା ସୁତରା ଏବଂ ଜଳ ନିଷ୍କାସନ ପ୍ରତି ଦୃଷ୍ଟି ଦେଉନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ସେତୁ ଉପରୁ ବୁଲା ଗୋରୁ ଗାଇଙ୍କୁ ହଟାଇବା ସହ ସେତୁ ଉପରରେ ଜମି ରହିଥିବା ମାଟି, ବାଲିକୁ ସଫା କରିବା ଦିଗରେ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.