‘ଓଡ଼ିଶା ରସଗୋଲା’କୁ ଜିଆଇ ଟେଗ୍

ଚେନ୍ନଇ,୨୯/୭: ଜିଆଇ ଟେଗ୍ (ଭୌଗୋଳିକ ପରିଚୟ ମାନ୍ୟତା) ପାଇଲା ଓଡ଼ିଶା ରସଗୋଲା। ଏନେଇ ଆଜି ଜିଆଇ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨୦୧୮ ଫେବ୍ରୁଆରୀ ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଚେନ୍ନଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ଦାବି ନେଇ ନଥିପତ୍ର ଦାଖଲ କରାଯାଇଥିଲା।

Udyog Nursery
Udyogi Nursery

ଏଠାରେ ସୂଚନାଯୋଗ୍ୟ ଯେ, ୨ବର୍ଷ ପୂର୍ବେ ବାଂଲା ରସଗୁଲ୍ଲା ଜିଆଇ ଟେଗ୍ ପାଇବା ପରେ ଓଡ଼ିଶାରେ ଅସନ୍ତୋଷ ଦେଖାଯାଇଥିଲା। ଜଗନ୍ନାଥ ସଂସ୍କୃତି ଗବେଷକ ତଥା ବିଶିଷ୍ଟ ସ୍ତମ୍ଭକାର ଅସିତ୍ ମହାନ୍ତିଙ୍କ ସମେତ ବହୁ ଓଡ଼ିଶାପ୍ରେମୀ ରସଗୋଲାର ଉତ୍ପତ୍ତିସ୍ଥଳ ଓଡ଼ିଶା ବୋଲି ତଥ୍ୟ ପ୍ରମାଣ ଉପସ୍ଥାପନ କରିଥିଲେ। ଏବେ ଏହା ଜିଆଇ ଟେଗ୍ ପାଇବା ପରେ ଓଡ଼ିଆଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଏଠି ଛୁଇଁ ତତ୍କାଳ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.