ପୁରୁଷୋତ୍ତମପୁର ସ୍ୱପ୍ନେଶ୍ୱର କୃଷକ ସଂଘର ଅକ୍ଷୀମୁଠୀ ବପନ କାର୍ଯ୍ୟକ୍ରମ ପାଳନକଲେ ତହସିଲଦାର ଓ ବିଜେପି ଜିଲ୍ଲା ସଭାପତି

ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ରେ ଥିବା ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଙ୍ଘ ସଭାପତି ଆଇ. ମୁକୁନ୍ଦ ରାଓଙ୍କ ତତ୍ତ୍ଵାବଧାନରେ ଆଖିମୁଠି ଅନୁକୂଳ କାର୍ଯ୍ୟକ୍ରମ କରାଯାଇ ଥିଲା | ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲ ଦାର ବିନୋଦ କୁମାର ବେହେରା, ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ଆଇନ ଯିଵି ସ୍ୱରାଜ୍ୟ ପାଣିଗ୍ରାହୀ, ଅଞ୍ଚଳର ସୁସଂଘଠକ ତଥା ସକ୍ରୀୟ ଯୁବ ଚାଷୀ ନେତା ସୀତାରାମ ପାଣିଗ୍ରାହୀ, କଂଗ୍ରେସ ର ବିଧାୟକ ପାର୍ଥି ଚିତ୍ରସେନ ବେହେରା, କାଉନସିଲର ତଥା ସାମ୍ବାଦିକ ଭାସ୍କର ବେହେରା, ଋଷିକୁଲ୍ୟା ରୟତ ମହାସଂଘ ସଭାପତି ସିମାଞ୍ଚଳ ନାହାକ ଅତିଥି ଭାବେ ଯୋଗ ଦେଇ ଚାଷ ଜମି ଉପରେ ରୀତିନୀତି ରେ ପୂଜା ଅର୍ଚ୍ଚନା କରି ଜମି ଉପରେ ହଳ ଲଙ୍ଗଳ ବୁଲାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ପ୍ରଥମେ ଆଖିମୁଠି ରଖି ମହାଲକ୍ଷ୍ମୀ, ବିଷ୍ଣୁ, ଦୁର୍ଗା ଓ ଶିବ ଙ୍କ ସହିତ ନବଗ୍ରହ ଙ୍କୁ ପୂଜାର୍ଚନା କରି ଅତିଥି ମାନେ ପୂର୍ବରୁ ସଜ୍ଜିତ ହୋଇ ରଖାଯାଇଥିବା ବଳଦ, ହଳ, ଲଙ୍ଗଳଧରି ଅଖୀ ମୁଠି ବପନର ଶୁଭାରମ୍ଭ କରିଥିଲେ। ଚାଷୀ ଙ୍କ ହଳିଆ ଗୀତରେଉପସ୍ଥିତଅତିଥି,
ଦର୍ଶକ ଓ ଚାଷୀ ମାନେ ଆତ୍ମ ବିଭୋର ହୋଇ ଯାଇଥିଲେ ।ପୁରୁଷୋତ୍ତମପୁର ଚାଷୀ ସଂଘ ପ୍ରତି ବର୍ଷ ଏହାକୁ ପାଳନ କରିଆସୁଛନ୍ତି । ସଂଘ ସମ୍ପାଦକ କିଶୋର ସାଶମଲ, କୋଷାଧ୍ୟକ୍ଷ ରମେଶ ଗୌଡ଼, ବରିଷ୍ଟ ଚାଷୀ ଲକ୍ଷ୍ମଣ ଗୌଡ଼, କୁମ୍ଭାର ଗୌଡ଼, ଉଗ୍ରେସନ ଗୌଡ଼, ସୁରେଇ ବେହେରା,କାଳିଆ ବେହେରା, ସୁରେଇ ବେହେରା, ସ୍ଵର୍ଣ ନାହାକ, ମହେନ୍ଦ୍ର ନାହାକ, ସୁରେନ୍ଦ୍ର ପାଣିଗ୍ରାହୀ, ତ୍ରିନାଥ ଦୋରା, ଦଣ୍ଡପାଣି ଗୌଡ଼,ପ୍ରଫୁଲ ମାହାଙ୍କୁଡ, ସନ୍ତୋଷ ମାହାଙ୍କୁଡ, ଅରୁଣ ମହାକୁଡ଼, ଅନେକ ଚାଷୀ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.