ନବମ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଘଣ୍ଟ ବାଦ୍ୟ, ଘୋଡା ନାଚ ବାଜା ନୃତ୍ୟ ଗୀତରେ କମ୍ପିଲା ସହର

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି ନବମ ଦିନରେ ପହଞ୍ଚି ଥିବା ବେଳେ ବୁଧବାର ଷଷ୍ଠ ଦିନର ନଗର ଭ୍ରମଣ ଆରମ୍ଭ ହୋଇଥିଲା l ଏହା ଜୁନ ୫ ତାରିଖରେ ଶେଷ ହେବ l ଏକ ମାସ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବମୁଖର ହୋଇଉଠିଛି। ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି l ବୁଧବାର ଅଷ୍ଟମ ଦିନରେ ମା’ ଙ୍କ ଆଗମନ ଟାଉନର ଜକିସାହି ସ୍ଥିତ ରିଦ୍ଧି ସିଦ୍ଧି ପୂଜା କମିଟି ଅଞ୍ଚଳ କୁ ଆସି ପରିଭ୍ରମଣ କରି ଫେରିଥିଲେ l ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆର ରେ ଘଣ୍ଟ ବାଦ୍ୟ, ବାଘ ନାଚ, ଦୁଲ ଦୁଲି, ଦଶ ଅବତାର, ଭଳି ବିଭିନ୍ନ ପ୍ରକାର ନୃତ୍ୟ, ଗୀତ ସହ ଢୋଲ, ମହୁରୀ ବାଜା ବଜାଇ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ଜଗନ୍ନାଥ ମନ୍ଦିର, କୋଳି ଗଛ ଛକ, ବଜାର ଛକ, ନେହେରୁ ମାର୍ଗ, ଡେଙ୍ଗସିଲ ଛକ, ଲଷ୍ମୀ ମାର୍କେଟ, ଜକିସାହି ରେ ପ୍ରବେଶ କରି କମିଟି ତରଫରୁ ପ୍ରସ୍ତୁତ ଅସ୍ଥାୟୀ ପୂଜା ମଣ୍ଡପ ରେ ପହଞ୍ଚି ଯଥାରୀତିନୀତି ଅନୁଯାଇ ପୂଜାର୍ଚ୍ଚନା ପରେ ସାହିର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରି ଅସ୍ଥାୟୀ ପୀଠ କୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଏକ ମାସ ଧରି ଚାଲିବାକୁ ଥିବା ଏହି ଯାତ୍ରା ଟାଉନର ଭିନ୍ନ ଭିନ୍ନ ସାହିରେ ପର୍ଦାର୍ପଣ କରିବେ l ଗୁରୁବାର ଦିନ ମା’ ଅସ୍ଥାୟୀ ମଣ୍ଡପ ରେ ସମ୍ପୂର୍ଣ୍ଣ ବିଶ୍ରାମ ନେଇ ଭକ୍ତ ଙ୍କୁ ଦିନ ତମାମ ଦର୍ଶନ ଦେବେ l ଏହି ଅବସରରେ ଅସ୍ଥାୟୀ ମଣ୍ଡପ ରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସହ ସ୍ଥାନୀୟ ପୋଲିସ, ସିଆରଏଫ ଓ ବିଏସଏଫ ବାଟାଲିୟନ ତରଫରୁ ଏକ ଧାର୍ମିକ ସମ୍ପର୍କିତ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହେବାର ଜଣାପଡିଛି l ଏନେଇ ଆଗାମୀ ଦିନରେ ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି l ଠାକୁରାଣୀ ଯାତ୍ରା ଉପଲକ୍ଷେ ଚଳିତ ମାସ ୧୫ ତାରିଖ ଠାରୁ ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସି.ଟି.କଲେଜ ରୋଡ଼ ରେ ଥିବା ନୀଳଗିରି ଫାର୍ମ ନିକଟ ଯାତ୍ରା ପଡିଆ ରେ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଏଥିରେ ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ ସଦସ୍ୟ ଙ୍କ ସମେତ ଏହି ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.