ନିର୍ମାଣ ହେଲା ପଂଚାୟତ ଛକ ଟ୍ରାନ୍ସଫର୍ମର ପାଚେରୀ

ଓଡ଼ିଆ ବାର୍ତ୍ତା ପ୍ରଭାବ

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ପଂଚାୟତ ଛକରେ ଦୀର୍ଘ ଦିନ ଧରି ମୁକୁଳା ଭାବରେ ପଡି ରହିଥିବା ଟ୍ରାନ୍ସଫର୍ମର ବିଷୟରେ ଓଡ଼ିଆ ବାର୍ତ୍ତାରେ ଖବର ପ୍ରସାରିତ ହୋଇଥିଲା। ଏହି ରାସ୍ତାରେ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯିବା ଆସିବା କରିଥାନ୍ତି। ପାଖରେ ସପ୍ତାହିକ ବଜାର ମଧ୍ୟ ବସିଥାଏ। ଏହି ରାସ୍ତା ଉପରେ ସମସ୍ତେ ନିର୍ଭର କରିଥାନ୍ତି। ଏପଟେ ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡିଥିବାରୁ ବିପଦକୁ ହାତଠାରି ଡାକୁଥିଲା। ଏହାକୁ ନେଇ ଏକ ସଚେତନ ଗଣମାଧ୍ୟମ ଭାବେ ଓଡ଼ିଆ ବାର୍ତ୍ତାରେ ଖବର ପ୍ରକାଶ  ପରେ ସଂପୃକ୍ତ ବିଭାଗ ପାଚେରୀ ନିର୍ମାଣ କରିଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.