ନର୍ଲାର ତିନୋଟି ଜୋନରେ ଆଦିବାସୀ ଜନସମ୍ପର୍କ ଯାତ୍ରା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଡିଷ୍ଟ୍ରିକ ଆଦିବାସୀ ସଂଘ ଓ ନର୍ଲା ଆଦିବାସୀ ସଂଘର ମିଳିତ ଉଦ୍ୟମରେ ଚାଲିଛି ଆଦିବାସୀ ଜନସମ୍ପର୍କ ଯାତ୍ରା। ଏହା ନର୍ଲା ବ୍ଲକର ତିନୋଟି ଜୋନରେ ଚାଲିଛି। ନର୍ଲା ବ୍ଳକ ଆଦିବାସୀ ସଂଘ ସଭାପତି ତଥା ନର୍ଲା ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ନେତୃତ୍ବରେ ଗତ ମଇ ୧୫ ରୁ ସେରଗଡ ଠାରୁ ଆରମ୍ଭ ହୋଇଛି ଏହି ଜନସମ୍ପର୍କ ଯାତ୍ରା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ସମ୍ମାନିତ ଅତିଥି ଭାବେ ବ୍ଳକ ଆଦିବାସୀ ସଂଘ ଉପସଭାପତି ବୀରକିଶୋର ମାଝୀ, ସମ୍ପାଦକ ମାୟାଧର ମାଝୀ, କନ୍ଧ ସମାଜ ବ୍ଳକ ସଭାପତି ଝସକେତନ ମାଝୀ, ପୂର୍ବତନ ବ୍ଲକ କନ୍ଧ ସମାଜ ସଭାପତି ଅନ୍ତରାମ ମାଝୀ, ଅସୁରଗଡ ମୈଦାନ ଉପସଭାପତି ରାଜୁ ମାଝୀ, ସମ୍ପାଦକ ଦେବରାଜ ମାଝୀ, କୋଷାଧ୍ୟକ୍ଷ ଛବି ରାଜ ମାଝୀ, ବିଜୁ ମାଝୀ, ଘନଶ୍ୟାମ ମାଝୀଙ୍କ ସମେତ ବହୁ ଆଦିବାସୀ କାର୍ଯ୍ୟ କର୍ତ୍ତା ସାମିଲ ହୋଇ ବିଭିନ୍ନ ଗ୍ରାମରେ ଓ ପଞ୍ଚାୟତ ଠାରେ ସଭା କରି ଆଦିବାସୀ ମାନଙ୍କୁ ଶିକ୍ଷା, କୃଷି, ବାଣିଜ୍ୟ, ସଙ୍ଗଠନ ଓ ନିଶାମୁକ୍ତ ପରିବାର ଗଠନ ଆଦି ଦିଗରେ ଉନ୍ନତି ନିମନ୍ତେ ଜନସଚେତନତା ସୃଷ୍ଟି କରିବା ପାଇଁ ନିବେଦନ କରିଥିଲେ। ଏହି ଜନସମ୍ପର୍କ ଯାତ୍ରା ୧୭ ମଇ ପଳମ ଠାରେ ସମାପ୍ତ ହେବାର ସୂଚନା ଦେଇଛନ୍ତି ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.