ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶନିବାର ଦିନ ୧୦ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସେବାଜଗତ ଠାରେ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ “ଆର୍ଟ ଅଫ ଗିଭିଂ” ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡ. ଅଚ୍ୟୁତ ସାମନ୍ତଙ୍କ ଜୀବନଦର୍ଶନକୁ ଭିତ୍ତି କରି ୨୦୧୩ ମସିହାରୁ ପାଳନ ହୋଇଆସୁଥିବା ଏହି କାର୍ଯ୍ୟକ୍ରମରେ ଏ ଅଞ୍ଚଳର ସମାଜସେବୀ, ବରିଷ୍ଠ ବ୍ୟକ୍ତି, ସଧାରଣ ଜନତା, ଏସ.ଏଚ.ଜି, ମିଶନ ଶକ୍ତିର ମହିଳା, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅତି ଶୃଙ୍ଖଳିତ ଭାବରେ ପାଳନ ହୋଇଯାଇଛି । ପ୍ରଥମେ ଅତିଥିମାନଙ୍କୁ କିସ ର ଶିକ୍ଷକ, ଅଭିଭାବକ ଓ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ କରାଯାଇ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯକ୍ରମ ର ଶୁଭାରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁଧାକର ରଇତ ତହସିଲଦାର ମ.ରାମପୁର, ସମ୍ମାନୀତ ଅତିଥି ଭାବେ ଜୟସେନ୍ ନିଆଲ (A.BEO.), ସତ୍ୟନାରାୟଣ ପଟ୍ଟନାୟକ, (ପ୍ରତିଷ୍ଠାତା ସେବା ଜଗତ), ଶରତଚନ୍ଦ୍ର ଭୋଇ (ସମାଜସେବୀ), ବୃନ୍ଦାବନ ନାଗ (SC Comunity president), ଧନସିଂ ମାଝୀ (ଆଦିବାସୀ ସମାଜସେବୀ) ପ୍ରମୁଖ ଅତିଥି ଉପସ୍ଥିତ ହୋଇ ଆର୍ଟ ଅଫ ଗିଭିଙ୍ଗ କାର୍ଯକ୍ରମକୁ ମହିମାନ୍ଵୀତ କରିଥିଲେ। । ଏ ବର୍ଷ ର ଥିମ “Neighbour good: bringing good to the neighbourhood” ମାନେ ପଡୋଶୀଙ୍କ ପାଇଁ କିଛି ଭଲ କରିବା, ଆମେ ଖୁସିରେ ରହିବା ସହ ଆମ ପଡୋଶୀଙ୍କ ଦୁଃଖ ସୁଖ ରେ ନିଜକୁ ସାମିଲ କରିବା । ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷାର ମାନକୁ ଉନ୍ନତ କରିବା ପାଇଁ କିସ୍ ଭଳି ଏକ ନିଶୁଳ୍କ ବିଶ୍ଵ ବିଦ୍ୟାଳୟରେ ପ୍ରଥମରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ଓଡ଼ିଶାରେ ଗୌରବ ଆଣିଦେଇଛି। ଭୁବନେଶ୍ୱର ବ୍ୟତୀତ କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ, ଓ ବାଲେଶ୍ଵର ଠାରେ କିସ୍ ବିଦ୍ୟାଳୟ ପ୍ରତିଷ୍ଠା କରି ୩୦ ହଜାର ରୁ ଅଧିକ ଶିକ୍ଷାର୍ଥୀ ଶିକ୍ଷାଦାନ କରୁଛନ୍ତି । ଅଚ୍ୟୁତସାମନ୍ତଙ୍କ ଏ ନିରବଚ୍ଛିନ୍ନ ସେବାକୁ ଅତିଥିମାନେ ବ୍ୟକ୍ତ କରିବା ସହ ଡକ୍ଟର ସାମନ୍ତଙ୍କ ଏ ମହାନ ଉଦ୍ଦେଶ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଏହି ବାର୍ତ୍ତା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ସମସ୍ତ ଙ୍କ ଭିତରେ ସାହାଯ୍ୟର ମନୋଭାବ ଉଦ୍ରେକ ହେଲେ ଏକ ସୁସ୍ଥ ସମାଜ ଗଢି ଉଠିବ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯକ୍ରମରେ ମ. ରାମପୁର ବ୍ଲକର ନିସ୍ୱାର୍ଥ ସେବା ପ୍ରଦାନ କରିଆସୁଥିବା ବ୍ୟକ୍ତି ବିଶେଷ ଯଥା ରୋସନାରା ମହାନ୍ତି, ସେବାଜଗତ, ସରୋଜ ସାହୁ, ପ୍ରଶାନ୍ତ ସାହୁଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିବା ସମେତ ସମସ୍ତ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କେତେ ଜଣ ପ୍ରତିଭାଶାଳୀ ଛାତ୍ରୀ ଙ୍କ ଦ୍ଵାରା ବକ୍ତବ୍ୟ, ଗୀତ ଓ ନୃତ୍ୟ ଭଳି ମନୋରଞ୍ଜନ ପରିବେଶ ସୃଷ୍ଟିକରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ ଓ ହାସ୍ୟକବି ସୁଶାନ୍ତ ମିଶ୍ରଙ୍କ ହସକଥା ଓ ସାଂସ୍କୃତିକ କାର୍ଯକ୍ରମ ର ସଂଯୋଜନାରେ ଦର୍ଶକ ଙ୍କ ମୁହଁରେ ହସର ଲହରୀ ଖେଳି ଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି କିସ୍ ର ଆସିଷ୍ଟାଣ୍ଟ ସିଇଓ ଦୁଷ୍ମନ୍ତ କୁମାର ପାଧାନ ଙ୍କ ତତ୍ତ୍ଵାବଧାନରେ ଶିକ୍ଷକ କ୍ଷୀରସିନ୍ଧୁ ସାହୁ, ସଭା ପରିଚାଳନା କରିଥିବାବେଳେ, ମ.ରାମପୁର ବ୍ଲକ ର କୋର୍ ଗାର୍ଡିଆନ୍ ଦ୍ରୋଣ ମାଝୀ ସ୍ବାଗତ ଭାଷଣ ଦେଇଥିଲେ ତାସହ, ଗୌରଚନ୍ଦ୍ର ମାଝୀ, ନିରାକାର ପାତ୍ର, ପିନ୍ଟୁ ମାଝୀ, ଜିତେନ୍ଦ୍ର ମାଝୀ, ମନୋହର ପାତ୍ର, ନୀଳମାଧବ ସାହୁ, କୌରବ ସାହୁ, ବୃନ୍ଦାବନ ମାଝି, ସାରଦା ମାଝୀ, ସସ୍ମିତା ନାଏକ, ସବିତା ଭୋଇ ଓ ଅଭିଭାବକ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉପସ୍ଥିତ ୨୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଭୋଜନ ର ବ୍ୟବସ୍ଥା କରାଯାଇଥିଲା । ପରିଶେଷରେ କାର୍ଯ୍ୟକ୍ରମକୁ କିସର ପୂର୍ବତନ ଛାତ୍ର ସଂଘ ସଭାପତି ନୀଳାମ୍ବର ପାତ୍ର ଧନ୍ୟବାଦ୍ ଅର୍ପଣ କରି ସଭାସାଙ୍ଗ କରିଥିଲେ ।