ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହରୁ ସଇଁତଳା ଅଞ୍ଚଳ ହସ୍ତସନ୍ତ ହେଉଥିବା ବେଳେ ଶନିବାର ଅପରାହ୍ନରେ ପ୍ରଚୁର ବର୍ଷା ହୋଇଥିବାରୁ ବଢୁଥିବା ତାପମାତ୍ରାରୁ ଲୋକେ ନିସ୍ତାର ପାଇଛନ୍ତି। ଏହା ସହ ସଇଁତଳା ଅଞ୍ଚଳ ଳର ବିଶେଷ କରିକି ତେଲ ନଦି କୂଳ ଓ ଲାନ୍ଥ ନଦି କୂଳରେ କିଛି ଚାଷୀ ଖରାଦିନିଆ ଚାଷ କରନ୍ତି। ତେବେ ଖରାଦିନିଆ ଚାଷ ଉପରେ ଏହାର ପ୍ରଭାବ ପଡିଛି। ଚାଷୀଙ୍କୁ କ୍ଷୟକ୍ଷତି ସହିବାକୁ ପଡିଥିବା ବେଳେ ଏହାର କ୍ଷତି ପୂରଣ ପାଇଁ ଚାଷୀ ମହଲରେ ଦାବି ହୋଇଛି।