ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଅକାଳ ବିୟୋଗ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ସଦର କଞ୍ଜାମେଣ୍ଡି ଗ୍ରାମର ଅବସରପ୍ରାପ୍ତ ୨୨ ରେଜିମେଣ୍ଟ ସେନା କର୍ମଚାରୀ ସରୋଜ କୁମାର ପାଣିଗ୍ରାହୀଙ୍କ ୪୫ ବର୍ଷ ବୟସରେ ପରଲୋକ ହୋଇ ଯାଇ ଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଗତ କାଲି ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ସ୍ଥାନାନ୍ତର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସେ ଅବିବାହିତ ଥିବା ବେଳେ ମା, ଭାଇ, ଭାଉଜ ଓ ନାନୀଜ୍ବାଇଁ ପରିବାର ବର୍ଗ ଅଛନ୍ତି। ସେ ସେନାରେ ୨୦୦୧ ମସିହାରେ କାର୍ଯ୍ୟ ଆରମ୍ଭ କରି ବେସ ସୁନାମ ଅର୍ଜନ କରି ଥିବା ବେଳେ ବନ୍ଧୁ ବତ୍ସଳ, ଶାନ୍ତ, ସରଳ ଓ ଅମାୟିକ ବ୍ଯବହାରରେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ୨୦୧୮ ରେ ଅବସର ନେଇଥିଲେ। ସଂପ୍ରତି ଅଞ୍ଚଳର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଗତ ରାତିରେ ଅକାଳ ବିୟୋଗ ଘଟି ଥିବାରୁ ଆଜି ସକାଳ ଅନ୍ତିମ ସଂସ୍କାରରେ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀ ରଲି ମଲ୍ଲିକ, ଧନେଶ୍ଵର ମଲ୍ଲିକ, ହିମାଂଶୁ କୁମାର ମଲ୍ଲିକ, ସରୋଜ ବଳିୟାର ସିଂ, ଗଦାଧର ପ୍ରଧାନ, ସିପ୍ରୀୟାନ ଦିଗାଲ, ଲିଙ୍ଗରାଜ ଦଳ ବେହେରା ଓ ଶିବାନନ୍ଦ ପାତ୍ରଙ୍କ ସମେତ ବିଜେପି ଜିଲ୍ଲା ସଭାପତି ତଥା ସାଂସଦ ପ୍ରତିନିଧି ପଣ୍ଡିତ କୁମାର ବିଶି ମାଝୀ, ମଣ୍ଡଳ ସଭାପତି ନିଗମାନନ୍ଦ ପୂଜାରୀ, ଦିଗାମ୍ବର ପାଣିଗ୍ରାହୀ, ଅଶୋକ କୁମାର ଦାସଙ୍କ ସହ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମସ୍ତ ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ଓ ଅଞ୍ଚଳବାସୀ କଞ୍ଜାମେଣ୍ଡିସ୍ଥ ଶ୍ମଶାନରେ ଉପସ୍ଥିତ ରହି ଗଭୀର ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.