ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସୋନପୁର ଗୋପାଲଜୀ ଯୋଗଳୟ ଠାରେ ବରିଷ୍ଠ ନାଗରିକ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ସଂଘ ର ଉପଦେଷ୍ଟା ଗୋରେଖନାଥ ସାହୁ, ନାରାୟଣ ପ୍ରସାଦ ରାୟଗୁରୁ, ସଭାପତି ଡ଼ଃ ଜ୍ୟୋତି ରଞ୍ଜନ ବହିଦାର, ଉପ ସଭାପତି ଡ଼ଃ ଆର୍ତ୍ତତ୍ରାଣ ବାବୁ ଯୋଗ ଦେଇ ନିଜର ବକ୍ତବ୍ୟ ରଖିବା ସହ ସ୍ବାର୍ଥ ପାଇଁ ନୁହେଁ, ଜିଲ୍ଲାର ସାମୁହିକ ବିକାଶ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଲଢେଇ କରିବାକୁ ନିଷ୍ପତ୍ତି ନେବାକୁ ଓ ସଂକଳ୍ପ କରିବାକୁ ପରାମର୍ଶ କରିଥିଲେ। ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଆଗାମୀ ୩ ବର୍ଷ ପାଇଁ ସଂଘର ନୂତନ କର୍ମକର୍ତା ଚୟନ କରଯାଇଛି। ନୂତନ ସଭାପତି ଭାବେ ପୁଣି ଡ଼ଃ ଜ୍ୟୋତି ରଞ୍ଜନ ବହିଦାର, ସଂପାଦକ ଭାବେ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଉପସଭାପତି ଭାବେ ଡ଼ଃ ଆର୍ତ୍ତତ୍ରାଣ ବାବୁ, ସହ ସଂପାଦକ ଭାବେ ଶ୍ରୀବତ୍ସ ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ଦିଲ୍ଲୀପ ରଥ ଙ୍କୁ ମନୋନୀତ କରାଯାଇଛି। ସେହିପରି ଉପଦେଷ୍ଟା ଭାବେ ଗୋରେଖ ନାଥ ସାହୁ, ନାରାୟଣ ପ୍ରସାଦ ରାୟଗୁରୁ, ଡଃ ସନ୍ତୋଷ ପାଢ଼ୀ ମନୋନୀତ ହୋଇଥିବା ବେଳେ କାର୍ଯ୍ଯକାରିଣୀ ସଦସ୍ୟ ଭାବରେ ବ୍ୟୋମକେଶ ଦାଶ, ଇନ୍ଦ୍ରମଣି ଦାଶ, ହରିହର ଶତପଥି, ସତ୍ୟ ନାରାୟଣ ମିଶ୍ର, ଇନ୍ଦୁମତି ପୁରୋହିତ, ମିନା କୁମାରୀ ମହାରଣା, ବ୍ରଜ ମୋହନ ଦାନୀ, ରାଧେଶ୍ୟାମ ମିଶ୍ର, ଦେବ କିଶୋର ଦାନୀ ଓ ପ୍ରଦୀପ ପୁରୋହିତଙ୍କୁ ମନୋନୀତ କରାଯାଇଛି l