ଆବାସ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଦମ୍ପତି

ଓଡିଆ ବାର୍ତ୍ତା/ କନ୍ଧମାଳ (ଓଡିଆ ବାର୍ତ୍ତା): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତର ସାରକେତା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା।ଗରିବ, ଅସହାୟ, ବାସହରାଙ୍କୁ ସରକାର ବିଭିନ୍ନ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।ହେଲେ ସାରକେତା ଗ୍ରାମର ଦିବ୍ଯାଙ୍ଗ କଇଁଫୁଲ ବେହର୍ଦ୍ଦଳାଇ ଓ ଅନ୍ତର୍ଯ୍ଯାମି ବେହର୍ଦ୍ଦଳାଇ ଏଥିରୁ ବଞ୍ଚିତ ହୋଇ ଥିବା ଅଭିଯୋଗ ହେଉଛି। ପକ୍କା ଘର ଖଣ୍ଡିଏ ପାଇଁ ବିଭିନ୍ନ ସମୟରେ ସରପଞ୍ଚ ଶ୍ରୀଚନ୍ଦ୍ର ମଲିକଙ୍କ ପାଖକୁ ଗଲା ପରେ ସେ କହିଲେ ଯଥା ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ କହିଥିବା ବେଳେ ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ଅନୁରୋଧ କରି ସାରିଛନ୍ତି।ମାତ୍ର ତାଙ୍କ ଗୁହାରି କେହି ଶୁଣି ନାହାନ୍ତି ବୋଲି ମା କୁନ୍ତଳା ବେହର୍ଦ୍ଦଳାଇ କହିଛନ୍ତି। ଉକ୍ତ ପରିବାରରେ କଥା କହି ପାରୁନଥିବା ଦୁଇ ଭିନ୍ନକ୍ଷମ ଦମ୍ପତିଙ୍କ ଗୋଟିଏ ଛୋଟ ପୁଅ ଓ ବୃଦ୍ଧା ମା’ ଟିଏ ରହୁଥିବା ବେଳେ ଯେତିକି ରୋଜଗାର ହେଉଛି ପ୍ରତିବର୍ଷ ଘର ଛାଉଣି କରିପାରୁ ନାହାନ୍ତି। ପୁଣି ଅସରାଏ ବର୍ଷା ହେଲେ ଘରେ ଆଣ୍ଠୁଏ ପାଣି ଜମି ଯାଉଛି। ଦୁର୍ବଳ କାନ୍ଥ କେତେବେଳେ ଖସି ପଡ଼ିବ ଜଣାନାହିଁ। ଏମିତି ବିପଦ ସଙ୍କୁଳ ଭଙ୍ଗା ଛପର ତଳେ ଦିନ କାଟୁଛନ୍ତି ଦିବ୍ୟାଙ୍ଗ ପରିବାର। ନିକଟରେ ବର୍ଷା ପବନରେ ଛପର ଉଡ଼ି ଯାଇଥିଲା ବେଳେ ତହସିଲ ପକ୍ଷରୁ କେବଳ ପାଲଟିଏ ମିଳିଛି। ଏହି ଦିବ୍ୟାଙ୍ଗ ଦମ୍ପତିଙ୍କୁ ଅତି ଶୀଘ୍ର ଆବାସ ଯୋଜନାରେ ସାମିଲ କରିବା ପାଇଁ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.