ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସହାୟତା ଦାବି

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ପଞ୍ଚାୟତ ବାହାଡ଼ା ପଦା ଗାଁର ଭିନ୍ନକ୍ଷମ ସୁବାସ ବିଶିଙ୍କ ଦୁଃଖ କହିଲେ ସରେନି।ଗ୍ରାମ ବାସୀ କହିବା ମୁତାବକ ସୁବାସ ବିଶି ଦିର୍ଘ ବର୍ଷ ହେବ ଦୁଇଟି ଗୋଡ଼ ଅଚଳ ହୋଇ ପଡ଼ିରହିଛି । ଯାହା ଦ୍ଵାରା କି ସେ ଚାଲିବା ବୁଲିବା ତାଙ୍କ ପାଇଁ ଅସମ୍ଭବ।ପରିବାରରେ କହିଲେ ଦୁଇ ଜଣ ସଦସ୍ୟ,ସ୍ବାମୀ ଚିନ୍ତାରେ ତାଙ୍କ ପତ୍ନୀ ମାନସିକ ଭାରସାମ୍ୟ ହରାଇ ଦୁଃଖରେ ଘରେ ବସିଛନ୍ତି। ଗ୍ରାମବାସୀଙ୍କ ସହଯୋଗରେ ପରିବାର ପ୍ରତିପୋଷଣ ହୁଏ ବୃଦ୍ଧ ଦମ୍ପତିଙ୍କର।ସରକାରଙ୍କ ତରଫରୁ କେବଳ ମାତ୍ର ୧୦ କେଜି ରାସନ୍ ଚାଉଳରେ ମାସେ ଚଳିବା କଷ୍ଟ ସାଧ୍ୟ ହୋଇ ପଡ଼ୁଛି। ତେଣୁ ସରକାରଙ୍କୁ ପରିବାର ସମେତ ଗ୍ରାମ ବାସୀ ୩୫ କିଲୋ ରାସନ୍ ଚାଉଳ ଯୋଗାଇ ଦେବା ପାଇଁ ଦାବି କରିଥିବା ବେଳେ ସୁବାସ ବିଶି ଜଣେ ଭିନ୍ନକ୍ଷମ ହୋଇ ଥିବାରୁ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ଅଛନ୍ତି। ସୁବାଷ ବିଶି ଅନୁନୟ ବିନୟ ହୋଇ କହିଛନ୍ତି ସରକାର ତରଫରୁ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିଲେ ଭିନ୍ନକ୍ଷମ ଭତ୍ତା ଆଶାରେ ଚାହିଁ ବସିଛନ୍ତି। ଦୁଃଖ ବର୍ଷୟ ମିଳିପାରିନାହିଁ ଭତ୍ତା ଖଣ୍ଡିଏ।ଏଣେ ପତ୍ନୀ ସାବିତ୍ରୀ ସ୍ବାମୀ ଚିନ୍ତାରେ ଦିନ ମଜୁରିଆ କାମ କରି ଯାଇ ନପାରି କେବଳ ଘରେ ବସି ରହିଛନ୍ତି। ହେଲେ କେହି ତାଙ୍କ ଗୁହାରି ଶୁଣି ନଥିବା ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଗଣମାଧ୍ୟମ ଦ୍ଵାରା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସହାୟତାର ହାତ ବଢେଇ ପ୍ରମାଣପତ୍ର ଦେଲେ ସରକାରଙ୍କ ଭିନ୍ନ କ୍ଷମ ଭତ୍ତା ମିଳିବ ବୋଲି ଆଶା କରିଛି। ଏ ଦିଗରେ ଅସହାୟ ବୃଦ୍ଧ ଦମ୍ପତିଙ୍କୁ ସହାୟତା କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସମାଜ ସେବୀ ଆଗକୁ ଆସି ସୁବାସ ବିଶିକୁ ସାହାଯ୍ୟ କରିବା ପାଇଁ ସାଧାରଣରେ ଦାବୀ ହେଉ ଥିବା ବେଳେ ସେମାନଙ୍କ ଜୀବନଶୈଳି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.