ଗଞ୍ଜେଇ ଜବତ୍, ନାବାଳକ ସମେତ ଜଣେ ଯୁବକକୁ କୋର୍ଟ ଚାଲାଣ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ଟିକାବାଲି ପୋଲିସ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ନାବାଳକ ସମେତ ଜଣେ ଯୁବକ ଙ୍କୁ ଗିରଫ କରିଛି ପୋଲିସ୍। ସୂଚନା ମୁତାବକ ଚାକାପାଦ ବ୍ଲକ୍ ଶଙ୍କରାଖୋଲ ଗ୍ରାମ ପଞ୍ଚାୟତ କୁରାଡିନିସା ଦେଇ ଟିକାବାଲି କୁ ଏକ ହୁଣ୍ଡାଇ କାର୍ ଏବଂ ବୋଲର ଗାଡିରେ ଗଞ୍ଜେଇ ଆସୁଥିବାରୁ କୈାଣସି ସୂତ୍ରରୁ ଖବରପାଇ ଟିକାବାଲି ପୋଲିସ୍ ଏସ୍ ଆଇ ରବିନ୍ଦ୍ର ହେମ୍ବ୍ରମ, କନେଷ୍ଟବଳ ଅନୁପମା ପ୍ରଧାନ, ଚକ୍ରଧର ମଲ୍ଲିକ, ହୁମଗାଡ୍ ସାମଲ ପ୍ରଧାନ, ସମେତ ଥାନା ଗାଡ଼ି ଡ୍ରାଇଭ୍ ପ୍ରସନ୍ନ ଦିଗାଲ , ମିଳିତ ରେ କୁରାଡିନିସା ଗ୍ରାମ ପାଖରେ ବୋଲର ଗାଡ ନମ୍ବର (ଓଡି ୦୨ ୟୁ ୮୮୮୪) ଏବଂ ହୁଣ୍ଡାଇ କାର୍ ନମ୍ବର (ଓ ଆର୍ ୦୫ y ୭୭୫୫)ଏକ ମୋବାଇଲ୍ ଗଞ୍ଜେଇ ସହିତ ନାବାଳକ ସମେତ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଟିକାବାଲି ପୋଲିସ୍ । ତଦନ୍ତ ଜଣା ପଡ଼ିଲା ଯେ ଗିରଫ୍ ଦୁହେଁ ହେଉଛନ୍ତି ଫୁଲବାଣୀ କଣ୍ଟ୍ରାଷ୍ଟ ପଡ଼ାର ରାଧା ମାଧବ ପଣ୍ଡା ବୟସ (୨୨) ପିତା ବିଜୟ ପଣ୍ଡା , ଆଉଜଣେ ହେଲେ ଚକାପାଦ ବ୍ଲକ୍ ର କୁରାଢି ନିସାର ଗ୍ରାମର ନା ବାଳକ ସମେତ ୫୦ କିଲ ୩୦୦ ଗ୍ରାମ ଗଞ୍ଜେଇ ଦୁଇଟି ଗାଡ଼ି ଜବତ୍ କରି ୧୨୫/୨୫ ମାମଲା ରୁଜୁକରି ନା ବାଳକଙ୍କୁ ରାଉରୁକେଲି ସ୍ଥିତ ଶିଶୁ ସୁଧାର ଗୃହକୁ ପଠା ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବାଲିଗୁଡା ଉପ କାରାଗାର କୁ ପଠା ଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀଣୀ ଶ୍ରୀମତି ପ୍ରଜ୍ଞା ରୀତମ୍ଭରା କର୍ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.