ଆବାସ ଗୃହ ସାତ ସପନ; ଭଙ୍ଗା କୁଡ଼ିଆରେ ସାତ ପ୍ରାଣୀ କୁଟୁମ୍ବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଶିବାହାଲ ଗ୍ରାମ ପଞ୍ଚାୟତ ଅଧୀନ ଧନସରା ଗ୍ରାମର ବଂଶିଲାଲ ସତନାମୀ, ତାଙ୍କ ପରିବାର ଦିର୍ଘ ବର୍ଷରୁ ମାଟି ଘରେ ଅସହାୟ ଅବସ୍ଥାରେ ରହି ଆସୁଛନ୍ତି। ହେଲେ ତାହା ବି ଗତ ଦୁଇଦିନ ତଲେ ହୋଇଥିବା ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ଏବେ ତାଙ୍କ ୭ ପ୍ରାଣୀ କୁଟୁମ୍ବ ସେହି ଭଙ୍ଗା କୁଡ଼ିଆରେ ବିପଦପୂର୍ଣ୍ଣ ଭାବେ ରହିଛନ୍ତି।

Omkar Vasthu
Omkar Vasthu

ସୂଚନା ଅନୁସାରେ, ବଂଶିଲାଲ ଦୀର୍ଘ ବର୍ଷ ହେବ ନିଜ ମା, ସ୍ତ୍ରୀ, ପୂଅ ବୋହୂ ଏବଂ ପିଲା ଛୁଆଙ୍କୁ ନେଇ ୭ଜଣ ସଦସ୍ୟ ଭଙ୍ଗା ଦଦରା ଜରି ପାଲ ଘୋଡ଼ା ଘରେ ରହି ଆସୁଛନ୍ତି। ତଥାପି ସରକାରଙ୍କ ପକ୍ଷରୁ ଅସହାୟ ଗରିବ ପରିବାରଙ୍କ ପାଇଁ ରହିଥିବା ଆବାସ ଯୋଜନାର ଘର ଖଣ୍ଡିଏ ତାଙ୍କୁ ମିଳିପାରି ନାହିଁ। ଯାହା ଫଳରେ ବଂଶିଲାଲଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣେ ଯେଉଁ ମାଟି ଘର ଟିଏ ରହିଥିଲା ତାହା ବି ଦୁଇଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ତେଣୁ ସେମାନେ ବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ଭଙ୍ଗା ଘରେ ରହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏହି ପରିବାର ଦୈନିକ କୂଳି ମଜୁରୀ କଲେ ପରିବାର ପ୍ରତିପୋଷଣ ହୋଇଥାଏ। ନଚେତ୍ ପେଟକୁ ଦାନା ମୁଠେ ମିଲେ ନାହିଁ। ଏଣେ ଦିବ୍ୟାଙ୍ଗ ପୁଅର ଚିକିତ୍ସା ଚିନ୍ତା। ଏଭଲି ପରିସ୍ଥିତିରେ ପକ୍କାଘର ଖଣ୍ଡିଏ କରିବା ଏହି ପରିବାର ପକ୍ଷେ ସମ୍ଭବ ହେଉନାହିଁ। ତେଣୁ ବଂଶିଲାଲା ପୂର୍ବରୁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଚେଷ୍ଟା କରିଛନ୍ତି। ଏମିତି କି ପଞ୍ଚାୟତଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୈାଡିଛନ୍ତି।

Udyog Nursery
Udyogi Nursery

ପୂର୍ବରୁ ତାଙ୍କ ନାଁରେ ଆବାସ ଯୋଜନାରେ ଘର ଆସିଥିବା ନେଇ ପଞ୍ଚାୟତ କାର୍ଯ୍ୟଳୟ ସୂଚନା ବୋର୍ଡ଼ରେ ନାମ ତାଲିକା ରହିଥିଲା। ତଥାପି ବଂଶିଲାଲଙ୍କ ପାଖରେ ଆବାସ ଯୋଜନାରେ ଗୃହ ପହଞ୍ଚି ପାରିନାହିଁ। ସେ’ ଘର ପାଇବା ପାଇଁ ଯୋଗ୍ୟ ହୋଇ ମଧ୍ୟ ବର୍ଷ ବର୍ଷ ଧରି ଗୃହ ନିମନ୍ତେ ପ୍ରଶାସନ ପାଖକୁ ଦୈାଡୁଛନ୍ତି। ଏଣେ ଅନେକ ଅଯୋଗ୍ୟ ହିତାଧୀକାରୀ ବିଭିନ୍ନ କୈାଶଳରେ ଘର ହାତେଇ ଥିବାବେଳେ ଲାଞ୍ଚ ନଦେଲେ ଯୋଗ୍ୟକୁ ମଧ୍ୟ ଆବାସ ଘର ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ ବର୍ଷା ଦିନ, ଆଗକୁ ଭଙ୍ଗା ଘରେ କେମିତି ଦିନ କଟିବ, ସେ ନେଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଏଣେ ଭଙ୍ଗା ଦଦରା ଘର ଯୋଗୁଁ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ପୁଅ ଓ ବୋହୂ ସମୁଦି ଘରେ ଆଶ୍ରୟ ନେଇଛନ୍ତି।

ତେଣୁ ପ୍ରଶାସନ ପକ୍ଷରୁ ଏହି ଅସହାୟ ବାସହିନ ପରିବାରର ଅସୁବିଧାକୁ ହୃଦୟଙ୍ଗମ କରି ତୁରନ୍ତ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି। ଏନେଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ପଚାରିବାରୁ ବିଡ଼ିଓ ଏବଂ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଉକ୍ତ ପରିବାରକୁ ତୁରନ୍ତ ଗୃହ ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.