କଲମ ଆଞ୍ଚଳିକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ବ୍ଲକର କଲମ ଆଞ୍ଚଳିକ ଯାଦବ ସମିତିର ଏକ ବୈଠକ ରବିବାର ଦିନ ଅନୁଷ୍ଠିତ ହେବାସହ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। କଲମ, ବରଗାଁ, ଚାନ୍ଦୋପଲା, ବିଲେଇକୁନି, ଲେବେଡ, ତେନ୍ତୁଳିଖୁଣ୍ଟି, ଠେମରା ଗ୍ରାମକୁ ନେଇ ଏହି ଆଞ୍ଚଳିକ ଯାଦବ ସମିତି ଗଠିତ ହୋଇଛି।କଲମ ଆଞ୍ଚଳିକ ଯାଦବ ସମିତିର ନୂତନ ସଭାପତି ଭାବେ ବଳିଷ୍ଠ ଯୁଆଡ, ଉପ ସଭାପତି ଭାବେ ରୁଦ୍ରମଣି ନାଗ, ସାଧାରଣ ସମ୍ପାଦକ ହେମସାଗର ବାଗ, ସହ ସମ୍ପାଦକ ତୀର୍ଥବାସୀ ଚଲାନ, କୋଷାଧ୍ୟକ୍ଷ ଭାବେ ସୁବାସ ବିଶି ଏବଂ କମିଟିର ସଭ୍ୟ ଭାବେ ଲିଙ୍ଗରାଜ ବନ୍ଦିଛୋର, ଭାଦ୍ର ବିଶି, କେଶର ଭୋଇ, ପର୍ଶୁରାମ  ଜୁଆଡ, ଦୁଷ୍ମନ୍ତ କାଣ୍ଡ, ପ୍ରଭାତ ବିଶି ମନୋନୀତ ହୋଇଛନ୍ତି।ବୈଠକରେ ସଦର ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ ଗହିର, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କୋଷାଧ୍ୟକ୍ଷ ତୁଳମଣି ନାଗ ଓ ସଦର ବ୍ଲକ ଯାଦବ ସମିତିର ସାଧାରଣ ସମ୍ପାଦକ କୀର୍ତ୍ତି ଚନ୍ଦ୍ର ଗଉଡ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.