ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ହାଇଦ୍ରାବାଦ ସ୍ଥିତ ଜିଏମସି ବାଲାୟୋଗୀ ଇନଡୋର ଷ୍ଟାଡିୟମ ଠାରେ ତିନି ଦିନ ଧରି ଜାତୀୟ ସ୍ତରୀୟ ଓପନ ତାଇକୋଣ୍ଡୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାର ଖେଳାଳି ମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ବଡ଼ ସଫଳତା ହାସଲ କରି ପାରିଛନ୍ତି ।
ଏହି ତାଇକଣ୍ଡୋ ପ୍ରତିଯୋଗିତା ତେଲେଙ୍ଗାନା ତାଇକୋଣ୍ଡୋ ଏସୋସିଏସନ ଦ୍ବାରା ଆୟୋଜନ କରା ଯାଇଥିଲା । ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ସମୁଦାୟ ୯୮୯ ଜଣ ଖେଳାଳୀ ଅଂଶଗ୍ରହଣ କରିଥିବା ବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଟାଇକୋନ୍ଡୁ ଅନୁଷ୍ଠାନରୁ ମୋଟ ୧୩ ଜଣ ପ୍ରତିଯୋଗୀ (୬ ବାଳିକା ଓ ୭ ବାଳକ) ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ମୂଖ୍ଯତଃ ଦୁଇଟି ବିଭାଗରେ ହୋଇଥିଲା ଏବଂ ତାହା ହେଉଛି:- (୧):- କ୍ଯୋରୁଗି ଓ (୨):- ପୁମସେ ।
ପ୍ରତିଯୋଗୀ ମାନଙ୍କ ସଫଳତାର ବିବରଣୀ:-
କ୍ୟୋରୁଗି – ପୁମସେ ୧. ଏଲ. ନିହାଲ ରୌପ୍ୟ – ସ୍ବର୍ଣ୍ଣ ୨ ଏଲ: ପ୍ରେମ କୁମାର — କାଂସ୍ଯ ୩. ଅନୁକମ୍ପ ମଲ୍ଲିକ କାଂସ୍ଯ ରୌପ୍ଯ ୪. ଧ୍ରୁବ ଜେନା ରୌପ୍ଯ – – — ୫ ଭୁବନାନନ୍ଦ ଭୂୟାଁ କାଂସ୍ୟ କାଂସ୍ଯ ୬. ନେତାଜୀ ପାତ୍ର ରୌପ୍ଯ —- ୭. ବର୍ଷିତା ଦାସ ରୌପ୍ଯ କାଂସ୍ଯ ୮ ପ୍ରିୟାଲି ରାଣୀ ଦାସ ରୌପ୍ଯ — ୯. ସୁବର୍ଣ୍ଣା ସାହୁ ସ୍ବର୍ଣ୍ଣ — କାଂସ୍ଯ ୧୦. ପି: ସାଇସ୍ମିତା କାଂସ୍ଯ – ସ୍ବର୍ଣ୍ଣ . ୧୧ ଅନୁଶ୍ରୁତା ମଲ୍ଲିକ ରୌପ୍ଯ- ରୌପ୍ଯ ଏମାନେ ସମସ୍ତେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇ ଗଜପତି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ।
ଏମାନେ ସମସ୍ତେ ରବିବାର ପାରଳାଖେମୁଣ୍ଡି ପହଞ୍ଚିବା ପରେ ସେମାନଙ୍କୁ ସେମାନଙ୍କ ସଫଳତା ପାଇଁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଗଜପତି ଜିଲ୍ଲା ତାଇକୋନଡୁ ଏକାଡେମୀ ପାରଳାଖେମୁଣ୍ଡି ସମ୍ପାଦକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି ।