ସ୍କୁଲ ବସ ଧକ୍କାରେ ବୃଦ୍ଧା ମୃତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ସଦର ଦେଇ ଯାଇଥିବା ୩୨୬ ନମ୍ବର ରାଜ ପଥ ହିରୋ ମୋଟର୍ସ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସ୍କୁଲ ବସ୍  ଧକ୍କାରେ ଜଣେ ବୃଦ୍ଧା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି | ସୂଚନା ଅନୁଯାଇ ମୃତ୍ୟୁ ବୃଦ୍ଧା ଜଣକ ହେଲେ କୋଲନରା ବ୍ଲକ ସୁରି ଗ୍ରାମ ପଞ୍ଚାୟତ ବଡ଼ପଡ଼ିଆ ଗ୍ରାମର ଉଲାକା ବେଣ୍ଟି ବୋଲି ଜଣାପଡିଛି | ବେଣ୍ଟି ବ୍ୟାଙ୍କ କାମରେ ଉକ୍ତ ରାସ୍ତା ଦେଇ ଯାଉଥିଲେ | ସେହି ସମୟରେ ଦୁର୍ଘଟଣାଟି ଘଟିଥିବା ଜଣାପଡ଼ିଛି | ଦୁର୍ଘଟଣା ସମୟରେ ବେଣ୍ଟିଙ୍କ ନିଜ ପରିବାର କି ସମ୍ପର୍କୀୟ ନ ଥିବା ବେଳେ ବର୍ତ୍ତମାନ ଘଟଣା ସ୍ଥଳରେ ରାୟଗଡ଼ା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇ ଥିବା ଜଣାପଡ଼ିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.