ପାନ ଗଉଡଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁଢୀପଦରର ଧର୍ମପରାୟଣା ମହିଳା ପାନ ଗଉଡଙ୍କ ଏକଦଶାହ ଅବସରରେ ଯାଦବ ସମାଜ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଶୋକ ସଭାରେ ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ସୁନୀଲ ଧଙ୍ଗଡାମାଝୀ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ, ଆଞ୍ଚଳିକ ଯାଦବ ସମିତି ରିକ୍ସିର ସମ୍ପାଦକ ଶତ୍ରୁଘନ ଧଙ୍ଗଡାମାଝୀ, ଯାଦବ ନେତୃତ୍ବ ପ୍ରଦିପ ଧଙ୍ଗଡାମାଝୀ, ଜଳନ୍ଧର ବାଗ, କୃଷ୍ଣ ଗଉଡ, ସୁରେନ୍ଦ୍ର ବାଗ, ଭରତ ଧଙ୍ଗଡାମାଝୀ ପ୍ରମୁଖ ଯୋଗଦେଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ସ୍ୱର୍ଗୀୟ ଆତ୍ମାକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସଭାରେ ସ୍ବର୍ଗତ ପାନ ଗଉଡଙ୍କ ସ୍ବାମୀ ଯୁଜେଷ୍ଠି ଗଉଡ, ତିନି ପୁଅ ରଜନୀ, ଋଷି ଓ ରତ୍ନାଙ୍କ ସମେତ ତିନି ବୋହୁ, ନାତି ନାତୁଣୀ, ଅଣ ନାତୁଣୀ, ଆତ୍ମୀୟ ସ୍ବଜନ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.