କର୍ମଦ୍ଧା ଆଞ୍ଚଳିକ ଯାଦବ କମିଟି ପୁନଃର୍ଗଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କର୍ମଦ୍ଧା ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ବୈଠକ ଓ ଆଞ୍ଚଳିକ ଯାଦବ ସମାଜର ପୁନଃ ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଲିଗୁଞ୍ଜେର ଠାରେ ଏନେଇ ଆୟୋଜିତ ବୈଠକରେ ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତିର ଯୁବ ସଭାପତି ଡିଲେଶ କୁମାର ନାଗ ଓ ଲାଞ୍ଜିଗଡ଼ରୋଡ଼ ଆଞ୍ଚଳିକ ଯାଦବ ସଭାପତି ପୂର୍ଣ୍ଣଚନ୍ଦ୍ର ଗଉଡ଼ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ। କର୍ମଦ୍ଧା ଆଞ୍ଚଳିକ ଯାଦବ ସମାଜ ସଭାପତି ତରୁଣ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ କାର୍ଯ୍ୟକ୍ରମ ସୋନୁଜ ଗଉଡ଼ ପରିଚାଳନା କରିଥିଲେ। ଏହି ଅବସରରେ କମର୍ଦ୍ଧା ଯାଦବ ମହାସଭା ପଞ୍ଚାୟତସ୍ତରୀୟ ଆଞ୍ଚଳିକ କମିଟି ପୁନଃ ଗଠିତ ହୋଇଥିଲା। ଏଥିରେ ପଞ୍ଚାୟତ ସଭାପତି ଭାବେ ତରୁଣ ବଗର୍ତ୍ତୀ, ଉପସଭାପତି ଭାବେ କାଳାମଣି ଭୋଇ, ସାଧାରଣ ସଂପାଦକ ମନୋଜ ଗଉଡ଼, ସହ ସମ୍ପାଦକ ଲବ ବଗର୍ତ୍ତୀ, କୋଷାଧ୍ୟକ୍ଷ ଭାବେ ଟିକେଚନ ଗଉଡ଼ଙ୍କୁ ମନୋନୀତ କରାଯାଇଥିଲା। ସେହିପରି ପଞ୍ଚାୟତର ୬ଟି ଗ୍ରାମ୍ୟ କମିଟି ଓ ୫ଗୋଟି ଭାତ କମିଟି ଗଠନ କରାଯାଇଥିଲା। ଉପଦେଷ୍ଟା ଭାବେ ବରୁଣ ବଗର୍ତ୍ତୀ, ଦ୍ବାରୁ ନାଗ, ନିଳମଣି ଚନ୍ଦନ, ଚକ୍ରଧର ନାଗ, ରଘୁମଣୀ ଜାଳ, ମୁକୁନ୍ଦ ଗଉଡ଼ ପ୍ରମୁଖଙ୍କୁ ମନୋନୀତ ହୋଇଛନ୍ତି। ବୈଠକରେ ମୋହନ କରୁଆଁ, ପ୍ରଶାନ୍ତ ଗଉଡ଼, ସୁଧିର ଗଉଡ଼ ଏବଂ ଯାଦବ ସମାଜର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.